ପୁଣି ଆମେରିକା-ଚାଇନା ମୁହାଁମୁହିଁ

ତାଇପେଇ,୯ା୧୧: ତାଇଓ୍ବାନକୁ ନେଇ ପୁଣି ଥରେ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଅଗଷ୍ଟରେ ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଏବେ ଚରମସୀମାରେ ପହଞ୍ଚିଛି। ଏହା ପରେ ବ୍ରିଟିଶ ମନ୍ତ୍ରୀ ଗ୍ରେଗ୍‌ ହ୍ୟାଣ୍ଡସ୍‌ଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ହିଂସ୍ର ହୋଇଉଠିଛି। ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ୍‌ ଘୋଷଣା କରିଛନ୍ତି, ବ୍ରିଟେନର ବାଣିଜ୍ୟ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ ପରେ ହିଁ ତାଙ୍କ ଦେଶର ଏକମାତ୍ର ଲକ୍ଷ୍ୟ ହେଉଛି ଯୁଦ୍ଧ। ଏଭଳି ପରିସ୍ଥିତିରେ ଚାଇନା ତାଇଓ୍ବାନ ଉପରେ ଯୁଦ୍ଧ ପାଇଁ ପ୍ରକୃତରେ ପ୍ରସ୍ତୁତ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Share