‘ଗଲୱାନ୍ ଘାଟିରେ ପଛକୁ ଫେରିନାହିଁ ଚୀନ, ଏବେ ମଧ୍ୟ ସୀମାରେଖା ଉପରେ ବସି ରହିଛି’: ପେଣ୍ଟାଗନ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ, ୨୧/୧୦: ଲଦାଖର ଗଲୱାନ୍ ଘାଟିରେ ଭାରତ ସହିତ ହିଂସାତ୍ମକ ବିବାଦ ପରେ ଚୀନ ସେନା ଏବେ ମଧ୍ୟ ସେଠାରେ ବସି ରହିଛି, ଯେଉଁଠାରେ ହିଂସା ହୋଇଥିଲା। ଆମେରିକା ପେଣ୍ଟାଗନର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଜୁନ୍ ମାସ ୨୦୨୦ ରେ ହିଂସାତ୍ମକ ବିବାଦ ପରେ ଚୀନର ପିପୁଲସ୍ ଲିବରେସନ ଆର୍ମି(ପିଏଲଏ) ଭାରତ ସହିତ ବାସ୍ତବିକ ସୀମାରେଖା(ଏଲଏସି) ଉପରେ ନିରନ୍ତର ଉପସ୍ଥିତି ବଜାୟ ରଖିଛି ଏବଂ ସାଧାରଣାରୁ ଅତ୍ୟାବଶ୍ୟକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି।

୨୦୨୦ ଜୁନ୍ ମାସ ୧୫-୧୬ ତାରିଖ ରାତିରେ ଏଲଏସି ନିକଟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଭାରତର ୨୦ ସେନା ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପେଣ୍ଟାଗନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅନେକ ରାଉଣ୍ଡର ଆଲୋଚନା ପରେ କିଛି ଚୀନ ସୈନିକ ପଛକୁ ମଧ୍ୟ ଅଧିକାଂଶ ସେନା ଏବେ ମଧ୍ୟ ସୀମା ନିକଟରେ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ସୀମାରେଖା ନିକଟରେ ଚୀନ ସ୍ଥଳମାର୍ଗକୁ ଯୋଡ଼ୁଥିବା ଏକ ବିଶାଳ ଭଣ୍ଡାର ଗୃହ, ଏହାବାଦ ପଡୋଶୀ ଭୁଟାନ ସହିତ ବିବାଦୀୟ କ୍ଷେତ୍ର ଡୋକଲାମ ନିକଟରେ ନୂଆ ଗାଁ ବସାଇବା, ପୋଙ୍ଗଙ୍ଗ ହ୍ରଦରେ ପୋଲ ନିର୍ମାଣ କରିବା ଏବଂ ଏକ ବିମାନ ଅବତରଣ ପାଇଁ ରନୱେ ପ୍ରସ୍ତୁତ କରିଛି।

 

 

 

 

Share