ଆମେରିକାର ସାମରିକ ଭିତ୍ତିଭୂମି ଉପରେ ପର୍ଯ୍ୟଟକ ଭାବେ ଚାଇନା ନାଗରିକ ରଖୁଛନ୍ତି ନଜର…

ଓ୍ବାଶିଂଟନ,୬।୯ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ପ୍ରାୟ ୧୦୦ ଟି ଘଟଣା ଉପରେ ନଜର ରଖିଛି ଯେଉଁଥିରେ ଚାଇନା ନାଗରିକମାନେ ପର୍ଯ୍ୟଟକ ଭାବରେ ପରିଚିତ ହୋଇ ଏକାଧିକ ଥର ସାମରିକ ବେସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନକୁ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଆମେରିକାର ଅଧିକାରୀମାନେ ଏଭଳି ଘଟଣା ଦେଶ ପାଇଁ ଗୁପ୍ତଚରୀ ବିପଦ ବୋଲି ବର୍ଣ୍ଣନା କରିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ବିଭାଗ, ଓବିସି ଏବଂ ଅନ୍ୟାନ୍ୟ ଏଜେନ୍ସି ବିନା ଅନୁମତିରେ ସାମରିକ ବେସରେ ପ୍ରବେଶ କରୁଥିବା ଗେଟ କ୍ରାସର ସମେତ ଏଭଳି ଘଟଣାକୁ ହ୍ରାସ କରିବା ପାଇଁ ସମୀକ୍ଷା କରିଥିଲେ। ରିପୋର୍ଟରେ କୁହାଯାଇଛି ନ୍ୟୁ ମେକ୍ସିକୋରେ ଆମେରିକାର କ୍ଷେପଣାସ୍ତ୍ର ସୀମା ମଧ୍ୟକୁ ପ୍ରବେଶ କରୁଥିବା ଚାଇନା ନାଗରିକମାନେ ମଧ୍ୟ ଧରାପଡିଛନ୍ତି। ଏଥି ସହିତ ଫ୍ଲୋରିଡାର ସରକାରୀ ରକେଟ ଉତକ୍ଷେପଣ ସ୍ଥାନ ନିକଟରେ ସେମାନେ ସ୍କୁବା ଡାଇଭର ହୋଇ ମଇଳା ପାଣିରେ ଗାଧୋଉଥିବାର ଦେଖିବାକୁ ମିଳିଥିଲା।

କେତେକ ଅଧିକାରୀ ଅନୁମାନ କରୁଛନ୍ତି ଚାଇନା ସରକାର ଏହାର ନାଗରିକଙ୍କ ଦ୍ୱାରା କିଛି ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏଫବିଆଇ ମୁଖପାତ୍ର କହିଛନ୍ତି ଆମର ସୂଚନା ତଥା ବୌଦ୍ଧିକ ସମ୍ପତ୍ତି ଅଧିକାର ପାଇଁ ଚାଇନା ହେଉଛି ସବୁଠାରୁ ବଡ ବିପଦ।

ଅନ୍ୟ ଏକ ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଚାଇନାର ନାଗରିକଙ୍କ ଏକ ଦଳ ଆଲାସ୍କାର ଫୋର୍ଟ ୱେନରାଇଟରେ ପହଞ୍ଚି ଏକ ବ୍ୟବସାୟିକ ହୋଟେଲରେ ସଂରକ୍ଷଣ ରଖିବାକୁ ଦାବି କରିଛନ୍ତି। ବାସ୍ତବରେ, ଫୋର୍ଟ ୱେନରାଇଟ ଆମେରିକାର ସେନାର ଏକାଦଶ ଏୟାରବୋର୍ନ ଡିଭିଜନ ଅଟେ ଯାହା ଆର୍କଟିକ ଯୁଦ୍ଧ ଉପରେ ଧ୍ୟାନ ଦେଇଥାଏ।

ମୁଖପାତ୍ର କହିଛନ୍ତି ଆମେ ସ୍ଥାନୀୟ, ରାଜ୍ୟ ତଥା କେନ୍ଦ୍ର ଆଇନ ପ୍ରଣୟନ ଅଧିକାରୀ, ଗୁପ୍ତଚର ତଥା ଆମର ବିଦେଶୀ ସହଭାଗୀମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ଅଧିକାରୀ କହିଛନ୍ତି ଏହି ଘଟଣା ପ୍ରାୟତଃ ଗ୍ରାମାଞ୍ଚଳରେ ଘଟିଥାଏ ଯେଉଁଠାରେ ଚାଇନା ନାଗରିକମାନେ ପର୍ଯ୍ୟଟକ ବୋଲି ଦାବି କରୁଥିବା ବେଳେ ସେମାନେ ବାଟ ହରାଇଛନ୍ତି ବୋଲି କହିଛନ୍ତି।

ଚାଇନାର ଏହି କାର୍ଯ୍ୟକୁ ନିନ୍ଦା କରି ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଚାଇନା ସରକାର ଏହାକୁ ଏକ ଖେଳ କରିଛନ୍ତି ଏବଂ ଏହାର ନାଗରିକମାନଙ୍କୁ ଏଥିରେ ପକାଇବାକୁ ପ୍ରସ୍ତୁତ ଅଛନ୍ତି। ଯଦି କେହି ଧରାଯାଏ ତେବେ କ’ଣ ହେବ ତାହା ମଧ୍ୟ ସେମାନେ ଜାଣନ୍ତି ।

ମିଡିଆ ରିପୋର୍ଟରେ କୁହାଯାଇଛି ଏଭଳି ଘଟଣା ବାରମ୍ବାର ଘଟୁଛି, କିଛି ବର୍ଷ ପୂର୍ବେ ଫ୍ଲୋରିଡାରେ ଅବସ୍ଥିତ ଗୁପ୍ତଚର କେନ୍ଦ୍ର ନିକଟରେ କିଛି ଚାଇନା ନାଗରିକ ପାଣିରେ ଗାଧୋଉଥିବାର ଏବଂ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।

 

Share