ଚାଇନା ନାଗରିକଙ୍କୁ ଆମେରିକା ଭିଜା ମନା: ମାନବାଧିକାର ଉଲ୍ଲଂଘନ ଅଭିଯୋଗ

ଓ୍ବାଶିଂଟନ,୫।୧୨: ମାନବାଧିକାର ଉଲ୍ଲଂଘନ କରୁଥିବା ଚାଇନା ନାଗରିକଙ୍କୁ ଆମେରିକା ଭିଜା ପ୍ରଦାନ କରାଯିବ ନାହିଁ। ଏନେଇ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ସୂଚନା ଦେଇଛନ୍ତି। ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ହେଉଥିବ ଅତ୍ୟାଚାରରେ ସାମିଲ୍‌ ଥିବା ଶାସକ କମ୍ୟୁନିଷ୍ଟ୍‌ ପାର୍ଟିର ଅଧିକାରୀ ଏବଂ ବ୍ୟକ୍ତିଙ୍କ ବିରୋଧ ଏହି କଟକଣା ଲାଗୁ ହେବ। ସେହିପରି ତିବ୍ବତରେ କରାଯାଉଥିବା ନିର୍ଯାତନା ଘଣଟାରେ ଅଭିଯୁକ୍ତ ଚାଇନା ଅଧିକାରୀ ମଧ୍ୟ ଏହି ତାଲିକାରେ ସାମିଲ ହେବେ ବୋଲି ପୋମ୍ପିଓ କହିଛନ୍ତି। କମ୍ୟୁନିଷ୍ଟ୍‌ ପାର୍ଟିର ୟୁନାଇଟେଡ୍‌ ଫ୍ରଣ୍ଟ୍‌ ଓ୍ବାର୍କ ଡିପାର୍ଟମେଣ୍ଟ୍‌ ଏଭଳି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କିଛି ଦିନ ପରେ ବିଦାୟ ନେବେ। ଏହା ପୂର୍ବରୁ ଚାଇନାର ଶାସକ ଦଳର ଅଧିକାରୀଙ୍କ ବିରୋଧରେ ଭିଜା କଟକଣା ଜାରି କରିଥିବାରୁ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share