ବିଭିନ୍ନ ଦେଶରେ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ, ଠିକଣା ବଦଳାଉଛନ୍ତି କମ୍ପାନୀ

ବେଜିଙ୍ଗ,୧୭।୬: ଚାଇନା କମ୍ପାନୀଗୁଡିକ ସେମାନଙ୍କର ପ୍ରତିଷ୍ଠା ବଞ୍ଚାଇବା ପାଇଁ ନିଜ ନାମରୁ ଚାଇନା ନାମକୁ ହଟାଉଛନ୍ତି। ବର୍ତ୍ତମାନ ବିଶ୍ୱରେ ନିଜର ତାନାଶାହୀ ଏବଂ ସ୍ବାର୍ଥପରତା ନୀତି ଯୋଗୁ ଚାଇନାକୁ ନିନ୍ଦା କରାଯାଉଛି। ବିଶ୍ୱରେ ସବୁଠାରୁ ଧନୀ ଦେଶ କୁହାଯାଉଥିବା ଆମେରିକା ସହ ଚାଇନା ସମ୍ପର୍କ ଖରାପ ହେଉଥିବା ଯୋଗୁ ଏହି କମ୍ପାନୀଗୁଡିକ ନିଜ ନାମକୁ ଚାଇନା କମ୍ପାନୀ ଲିଷ୍ଟରୁ ବାହାର କରୁଛନ୍ତି। ତେବେ ଦେଖିବାକୁ ମିଳିଛି କି, ଚାଇନାର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ନିଜ ୱେବସାଇଟରୁ ଚାଇନାର ନାମ ହଟାଇ ଦେଇଛନ୍ତି। ସେମାନେ ସିଙ୍ଗାପୁର, ଆମେରିକା ଭଳି ଦେଶରେ ସେମାନଙ୍କର ମୁଖ୍ୟାଳୟ ବା ହେଡ୍‌ କ୍ୱାଟର୍‌ ସ୍ଥାପନ କରୁଛନ୍ତି। କିଛି ଚାଇନିଜ କମ୍ପାନୀର ମାଲିକମାନେ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରିଲେଣି।

ଚାଇନାର ଏକ ଫ୍ୟାଶନ କମ୍ପାନୀ ଶେନ ଚାଇନାର ଠିକଣା ଓ୍ବେବଶାଇଟ୍‌ରେ ଚାଇନାର ନାନକିଙ୍ଗ ସହରରେ ଦର୍ଶାଯାଇଥିଲା। ମାତ୍ର ଏବେ ଏହାର ଠିକଣା ସିଙ୍ଗାପୁରରେ ବୋଲି ଦର୍ଶାଯାଇଛି। ଟିକ୍‌ଟିକ୍‌ ଏହାର ମୁଖ୍ୟାଳୟ ଲସ ଏଞ୍ଜିଲସରେ, ଟୁମୁ ବୁଷ୍ଟରରେ ନିଜର କାଯର୍‌ୟାଳୟର ଠିକଣା ଦେଇଛି।

ଚାଇନାର ନୂଆ ନୀତି ଯୋଗୁ ୨୦୧୬ରୁ କେତେକ ଚାଇନା କମ୍ପାନୀଗୁଡିକ ଦେଶ ଛାଡିଥିଲେ। ଏବେ ସେମାନେ ନିଜ ମୁଖ୍ୟାଳୟର ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଅନେକ ଚାଇନିଜ କମ୍ପାନୀ ନିଜ ମୂଳ ନାମ ଓ ଠିକଣା ଲୁଚାଇବା ପାଇଁ ବୃତ୍ତିଗତ ଲବିଷ୍ଟମାନଙ୍କୁ ନିଯୁକ୍ତି କରିଛନ୍ତି। ସେମାନେ ଚାଇନିଜ କମ୍ପାନୀଗୁଡ଼ିକୁ ଆମେରିକାରେ ଅଣ ଚାଇନିଜ କମ୍ପାନୀ ଭାବରେ ବ୍ରାଣ୍ଡଗଂ କରୁଛନ୍ତି। ଚାଇନିଜ ଗମ୍ପାନୀଗୁଡିକ ନିଜ ପରିଚୟ ଲୁଚାଇବା ପାଇଁ କମ୍ପାନୀର ପ୍ରାୟ ଅଧା ସେୟାର ଅନ୍ୟ ଦେଶର ଲୋକଙ୍କୁ ଦେଇଛନ୍ତି।

Share