Advertisement

ଚାଇନାକୁ ଆଉ ଏକ ଧକ୍କା

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦ ପରେ ଏବେ ଏହାକୁ ନେଇ ସମସ୍ତଙ୍କ ନଜର ଭାରତ ଉପରେ। ନରେନ୍ଦ୍ର ମୋଦି ସରକାର ଚାଇନା ବିରୋଧରେ ଆର୍ଥିକ ସ୍ତରରେ ବଡ ବଡ ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ଚାଇନାର ପ୍ରାୟ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ବୁଧବାର ଚାଇନାକୁ ଆଉ ଏକ ଝଟ୍‌କା ଦେଇଛନ୍ତି। ଗଡକରୀ କହିଛନ୍ତି ଭାରତରେ ଏବେ ରାଜମାର୍ଗ ପରିଯୋଜନାରେ ଚାଇନା କମ୍ପାନୀକୁ ଅନୁମତି ମିଳିବ ନାହିଁ। ଏହାଫଳରେ ଚାଇନା ଆର୍ଥିକ ସ୍ତରରେ ଭାରତଠାରୁ ଆଉ କିଛି ହରାଇବ ନିଶ୍ଚୟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel