ନୂଆଦିଲ୍ଲୀ,୨୯ା୬: ବିହାର ରାଜଧାନୀ ପାଟନାର ମହାତ୍ମା ଗାନ୍ଧୀ ସେତୁ ସହ ସମାନ୍ତରାଳରେ ଅନ୍ୟ ଏକ ମେଗା ବ୍ରିଜ୍ ନିର୍ମାଣ ଲାଗି ଚାଇନା କମ୍ପାନୀର ଟେଣ୍ଡରକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଚୟନ ହୋଇଥିବା ୪ ଠିକାଦାରଙ୍କ ମଧ୍ୟରୁ ଦୁଇଜଣଙ୍କର ଚାଇନା ଅଂଶୀଦାର ଥିଲେ ବୋଲି ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ କହିଛନ୍ତି। ସେମାନଙ୍କ ଅଂଶୀଦାର ବଦଳାଇବାକୁ କୁହାଯାଇଥିଲା। ସେମାନେ ତାହା ନ କରିବାରୁ ଚାଇନା ହାର୍ବର ଇଞ୍ଜିନିୟରିଂ କମ୍ପାନୀ ଏବଂ ଶାନ୍କ୍ସି ରୋଡ୍ ବ୍ରିଜ୍ ଗ୍ରୁପ୍ କମ୍ପାନୀର ବିଡ୍କୁ ଖାରଜ କରିଦିଆଯାଇଛି। ଗତବର୍ଷ ଡିସେମ୍ବରରେ କେନ୍ଦ୍ର କ୍ୟାବିନେଟ କମିଟି ଉକ୍ତ ପ୍ରକଳ୍ପକୁ ଅନୁମୋଦନ କରିଥିଲା।