ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ

ବେଜିଂ,୧୨।୯: ଚାଇନାରେ ସବୁକିଛି ଠିକ ଚାଲିଥିବା ପରି ମନେ ହେଉନାହିଁ। ବୈଦେଶିକ ମନ୍ତ୍ରୀଙ୍କ ପରେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଲି ସେଙ୍ଗଫୁଙ୍କ ନିଖୋଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ନିଖୋଜ ଖବର ଇଣ୍ଟରନେଟ ମିଡିଆରେ ପ୍ରସାରିତ ହେଉଛି। ତାଙ୍କୁ ଶେଷ ଥର ପାଇଁ ଅଗଷ୍ଟ ୨୯ରେ ବେଜିଂରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ଜାପାନରେ ଆମେରିକାର ରାଷ୍ଟ୍ରଦୂତଙ୍କ ଏକ ପୋଷ୍ଟ ଶେଙ୍ଗଫୁଙ୍କ ନିଖୋଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏପର୍ଯ୍ୟନ୍ତ ଚାଇନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତ ବର୍ଷ ଜୁଲାଇରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସି ଜିନପିଙ୍ଗଙ୍କ ନିଖୋଜ ସମ୍ପର୍କରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିଷୟରେ ନୀରବତା ବଜାୟ ରଖିଛି। ପରେ କାଙ୍ଗଙ୍କ ସ୍ଥାନରେ ୱାଙ୍ଗ ୟିଙ୍କୁ ବୈଦେଶିକ ମନ୍ତ୍ରୀ କରାଯାଇଥିଲା।
ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରେହମ ଇମାନୁଏଲ ଏକ୍ସରେ ଏକ ପୋଷ୍ଟ କରି ଦାବି କରିଛନ୍ତି ଯେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ଅଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଖା କରାଯାଇ ନାହିଁ। ତାଙ୍କୁ ଶେଷଥର ଅଗଷ୍ଟ ୨୯ରେ ତୃତୀୟ ଆଫ୍ରିକା-ଚାଇନା ଶାନ୍ତି ଏବଂ ସୁରକ୍ଷା ଫୋରମରେ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ବେଜିଂରେ ଆୟୋଜିତ ଏହି ସମ୍ମିଳନୀକୁ ଶେଙ୍ଗଫୁ ସମ୍ବୋଧିତ କରିଥିଲେ। ତାଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା।

Share