ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍‌..

ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି ଚାଇନା ଦୂତାବାସ କହିଛି, ଏହି ସାହାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଏଥିପାଇଁ ଟିମ୍‌କୁ ଯେତେ ପ୍ରଶଂସା କଲେ କମ୍‌ ହେବ।

ସୂଚନାଯୋଗ୍ୟ, ଚାଇନାରୁ ପାନାମା ପତାକା ବିଶିଷ୍ଟ ଅନୁସନ୍ଧାନ ଜାହାଜ ଏମ.ଭି ଡୋଙ୍ଗ ଫାଙ୍ଗ କାନ ଟାନ ନମ୍ବର ୨ ଆରବ ଏମିରାତକୁ ଯାଉଥିଲା। ତେବେ ସେଥିରେ ଥିବା ଜଣେ ଚାଇନାର ନାଗରିକ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସୂଚନା ଭାରତୀୟ ତଟରକ୍ଷୀ ବାହିନୀକୁ ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ତୁରନ୍ତ କୋଷ୍ଟଗାର୍ଡ ଟିମ୍‌ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ତାଙ୍କୁ ସେଠାରୁ ବାହାର କରିଥିଲେ।

Share