ଚାଇନାର ଚିନ୍ତା ଡେଲ୍ଟା ଭାରିଏଣ୍ଟ

ବେଜିଂ,୨ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଚାଇନାରେ ବି ତା’ର ଉପଦ୍ରବ ଦେଖାଇଲାଣି । ଚାଇନା ପୂର୍ବରୁ କହିଥିଲା କି ଅନ୍ୟ ଦେଶ ତୁଳନାରେ ସେ କରୋନା ମହାମାରୀ ଉପରେ ନିୟନ୍ତ୍ରଣ ଆଣି ସରିଛି । ଏବେ ସାରା ଦେଶରେ ନୂଆ ସଂକ୍ରମଣ ପୁଣିଥରେ ଚାଇନା ଚିନ୍ତାକୁ ବଢାଇ ଦେଇଛି । ଚାଇନାର ସ୍ୱାସ୍ଥ୍ୟ ଅଧିକାରୀ ଓ ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି, ମହାମାରୀ ଆରମ୍ଭ ହେବା ପର ଅପେକ୍ଷା ଏବେ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ଠିଆ ହୋଇଛି । ଭ୍ୟାକ୍ସିନ ବା କରୋନା ଟିକାକୁ ଗୁରୁତ୍ୱ ଦେଇଥିବା ଦେଶ ତାଲିକାେରେ ଚାଇନା ରହିଥିବା ବେଳେ ସେଠାରେ ଅଧିକାଂଶ ଲୋକେ ଟିକା ନେଇ ସାରିଛନ୍ତି । ହେଲେ ଏବେ କାୟା ବିସ୍ତାର କରିଥିବା ଡେଲ୍ଟା ଭାରିଏଣ୍ଟଠାରୁ ଦୂରେଇ ରହିବାକୁ ଚାଇନା ସରକାର ଏକ ବୁଷ୍ଟର ଡୋଜ ଦେବାକଥା ଚିନ୍ତା କରିଛନ୍ତି । କୁହାଯାଉଛି ଚାଇନାରେ ଡେଲ୍ଟା ଭାଇରସ ଏବେ ସଂକ୍ରମଣ କରି ସାରିଲାଣି । ଆଉ ଏହାକୁ ଭୟ ନ କରି ଚାଇନା ତା’ର ଗୋଟିଏ ପରେ ଗୋଟିଏ ଗବେଷଣା କରି ଚାଲିଛି ।

Share