ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ

ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍‌ ୨୫ ଜୁନ୍‌ରେ ଦେଖାଯାଇଥିଲା ତେବେ ଏହାରି ଭିତରେ ସୂଚନା ମିଳିଛି କି, ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଜୁଲାଇ ୨୪-୨୫ରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ଆଲୋଚନାରେ ମନ୍ତ୍ରୀ କିନ ଯୋଗଦେବେ ନାହିଁ ବୋଲି ସୁଚନା ଦେଇଛି।

ତେବେ ଏହାର କାରଣ ଜଣାପଡି ନ ଥିବାବେଳେ ଦେଶରେ ତାଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ନିଖୋଜ ପଛରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା କୁହାଯାଉଛି। କିନଙ୍କ ଗାର୍ଲଫ୍ରେଣ୍ଡ ଫୁ ଜିଆଓଟିୟାନ ଚାଇନାର ଫିନିକ୍ସ ଟିଭିର ନ୍ୟୁଜ୍‌ ଆଙ୍କର୍‌ ଏବଂ ପ୍ରଡ୍ୟୁସର ଅଛନ୍ତି।

Share