ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବହିଷ୍କାର

ବେଜିଂ,୨୫।୭: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ସେ ଚାଇନା ରାଷ୍ଟ୍ରପତି ଶିି ଜିନପିଙ୍ଗଙ୍କ ବିଶ୍ୱାସଯୋଗ୍ୟ ସହଯୋଗୀ ଥିଲେ।ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର ଶୀର୍ଷ ବିଧାୟକମାନେ ମଙ୍ଗଳବାର ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ ନିଯୁକ୍ତି ଉପରେ ସମୀକ୍ଷା କରିବା ନେଇ ବୈଠକ ଡକାଇଥିଲେ। ଯେଉଁଠାରେ କିନ ଗ୍ୟାଙ୍ଗଙ୍କୁ ବୈଦେଶିକ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ଏବଂ ୱାଙ୍ଗ ୟି କୋଙ୍କୁ ଚାଇନାର ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତି କରାଯାଇଛି।

Share