Categories: ଜାତୀୟ

ଦିଲ୍ଲୀରେ ଚାଇନା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୩: କଶ୍ମୀର ଉପରେ ବୟାନ ଦେବା ପରେ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ସୂଚନା ମୁତାବକ ଶୁକ୍ରବାର ଚାଇନା ବୈଦେଶିକ ମନ୍ତ୍ରୀ ୟାଙ୍ଗ୍‌ ୟି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ୨୦୨୦ ଜୁନ୍‌ ଗଲଓ୍ବାନ ସଂଘର୍ଷ ପରଠାରୁ ଏହା ଓ୍ବାଙ୍ଗ୍‌ଙ୍କ ପ୍ରଥମ ଭାରତ ଗସ୍ତ। ନିକଟରେ ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ୍‌ କୋଅପରେଶନ୍‌ (ଓଆଇସି) ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ ଓ୍ବାଙ୍ଗ୍‌ଙ୍କ ମନ୍ତବ୍ୟକୁ ଭାରତ ଖାରଜ କରିଥିଲା

Share