ବେଜିଂ,୧।୧୨: ଚାଇନା ଉତ୍ତର କୋରିଆ ପ୍ରତି ଥିବା ନିଜର ବନ୍ଧୁ ପଣିଆ ଦେଖାଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତା ଦେଖାଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ସରକାର କରୋନା ଟିକା ପହଞ୍ଚାଇଛନ୍ତି। ଉତ୍ତର କୋରିଆରେ କରୋନା ସଂକ୍ରମିତଙ୍କର କୌଣସି ଘଟଣା ଘଟୁ ନାହିଁ ବୋଲି ସରକାର କହିଛନ୍ତି। ତେବେ କିମ୍ଙ୍କ ପରିବାର ସଦସ୍ୟଙ୍କୁ ଚାଇନା କରୋନା ପ୍ରତିଷେଧକ ଟିକା ଯୋଗାଇ ଦେଇଛି। ଆମେରିକା ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଉତ୍ତର କୋରିଆର କେତେକ ଅଧିକାରୀଙ୍କୁ ମଧ୍ୟ ଟିକା ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଣ୍ଟର ଫର୍ ଦି ନ୍ୟାଶନାଲ୍ ଇଣ୍ଟ୍ରେଷ୍ଟ୍ ବିଶେଷଜ୍ଞ ହ୍ୟାରି କାଜିଆନିସ୍ ଏନେଇ ସୂଚନା ଦେଇଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍