ଡରିଲାଣି ଚାଇନା !

ଓ୍ବାଶିଂଟନ,୧୪।୮: ବିଶ୍ୱକୁ ନିଜ ହାତମୁଠାକୁ ନେବାକୁ ଚେଷ୍ଟା କରୁଥିବା ଚାଇନା ଶେଷରେ ଆମେରିକାର ନାଲି ଆଖି ଆଗରେ ବ୍ୟାକଫୁଟକୁ ଚାଲି ଆସିଛି। ଚାଇନା ସବୁବେଳେ ସାଉଥ୍‌ ଚାଇନା ସି’ରେ ଛୋଟ ଦେଶମାନଙ୍କୁ ଧମକାଇ ଆସୁଛି। ହେଲେ ଏବେ ସେ ତା’ର ସେନାଙ୍କୁ ସତର୍କ କରାଇ ଦେଇଛି। ଚାଇନା ତା’ର ସେନାଙ୍କୁ କହିଛି ସାଉଥ୍‌ ଚାଇନା ସି’ରେ ସେମାନେ ଏଭଳି କୌଣସି ପଦକ୍ଷେପ ନେବେ ନାହିଁ ଯାହାଦ୍ୱାରା ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବ। ଏହାସହ କୌଣସି ବି ପରିସ୍ଥିତିରେ ଚାଇନା ସେନା ପ୍ରଥମେ ଗୁଳି ନ ଚଳାଇବାକୁ ଆଦେଶ ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନା ଏଠାରେ ଫିଲିପାଇନ୍ସ ଓ ତାଇଓ୍ବାନ ଭଳି ଛୋଟ ଦେଶକୁ ଧମକାଇ କିଛି ନୂଆ ଦ୍ୱିପକୁ ନିଜ ଅଧିନକୁ ନେବାକୁ ସଦାସର୍ବଦା ଚେଷ୍ଟା କରୁଛି। ଏବେ ଆମେରିକା ଏହି ଛୋଟ ଦେଶଙ୍କୁ ସାହାଯ୍ୟ କରିବାକୁ କଥା ଦେଇଛି। ଗତମାସରେ ଆମରିକା ସାଉଥ୍‌ ଚାଇନା ସି’ରେ ୨ଟି ଓ୍ବାରସିପ୍‌ ଲଗାଇ ଦେଇଥିବା ବେଳେ ଏହାକୁ ଦେଖି ଚାଇନା ଏକ ପ୍ରକାର ଡରି ଯାଇଛି ବୋଲି କୁହାଯାଉଛି। ଯାହାଫଳରେ ସେ ତା’ର ସେନାକୁ ସତର୍କ କରାଇ ଦେଇଛି। ‘ଦ ଡିପ୍ଲୋମାଟ’ ଓ୍ବେବସାଇଟର ଖବର ଅନୁଯାୟୀ, ଚାଇନାର ଜଣେ ଅଧିକାରୀ କହିଛନ୍ତି, ଦକ୍ଷିଣ ଚାଇନା ସାଗରରେ ଥିବା ଚାଇନାର ନୌସେନାଙ୍କୁ ସରକାର ଆଦେଶ ଦେଇଛନ୍ତି କି କୌଣସି ବି ପରିସ୍ଥିତିରେ ଚାଇନା ଯେପରି ପ୍ରଥମକରି ଆମେରିକା ଉପରେ ଆକ୍ରମଣ ନ କରେ। ସୂଚନାଯୋଗ୍ୟ, କିଛିମାସ ହେବ ଲଗାତାର ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଉପରେ କାବୁ କରିବାକୁ ଚାଇନାକୁ କହି ଆସୁଛନ୍ତି। ଆମେରିକା କହିଥିଲା ଚାଇନା ଏବେ ମହାମାରୀର ଲାଭ ଉଠାଉଛି ହେଲେ ଏହା ହେବାକୁ ଦିଆଯିବ ନାହିଁ।

Share