ଆମେରିକାର ବାଣିଜ୍ୟ ମନ୍ତ୍ରୀଙ୍କ ଇମେଲ ହ୍ୟାକ୍‌ କଲେ ଚାଇନା ହ୍ୟାକର, ବ୍ଲିଙ୍କେନ ଚାଇନା ସମକକ୍ଷଙ୍କୁ ଦେଲେ ଚେତାବନୀ

ଓ୍ବାଶିଂଟନ,୧୪।୭: ଚାଇନାର ହ୍ୟାକରଙ୍କ ଏକ ଗୋଷ୍ଠୀଙ୍କ ଦ୍ୱାରା ଆମେରିକାର ବାଣିଜ୍ୟ ବିଭାଗର ଅଧିକାରୀଙ୍କ ଇମେଲକୁ ହ୍ୟାକ୍‌ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ ଆମେରିକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ, ଯାହାଙ୍କ ଇମେଲଗୁଡିକ ଚଳିତ ବର୍ଷ ଆରମ୍ଭରେ ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ ହୋଇଥିଲା। ଗୋଷ୍ଠୀ ବିଷୟରେ ମାଇକ୍ରୋସଫ୍ଟ କହିଛି ଯେ, ଏହା ଚାଇନାରେ ଅବସ୍ଥିତ। ଏହି ବିଷୟରେ ପରିଚିତ ଜଣେ ବ୍ୟକ୍ତି କହିଛନ୍ତି, ଡିଜିଟାଲ ଡକାୟତି ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି।

ଗୁରୁବାର ଜାକର୍ତ୍ତାରେ ଏକ ବୈଠକରେ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଆମେରିକା ସରକାର, ଆମେରିକୀୟ କମ୍ପାନୀ କିମ୍ବା ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ କରୁଥିବା କୌଣସି କାର୍ଯ୍ୟ ଆମ ପାଇଁ ଗଭୀର ଚିନ୍ତାର ବିଷୟ ଏବଂ ଆମେ ସେମାନଙ୍କୁ ଦାୟୀ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବୁ।

 

Share