Categories: ଜାତୀୟ

ଭାରତରେ ପ୍ରସ୍ତୁତ ଟିକା ଉପରେ ଚାଇନା ହ୍ୟାକର୍ସଙ୍କ ନଜର

ନୂଆଦିଲ୍ଲୀ,୧।୩ : ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମ ଉପରେ ଗତ ସପ୍ତାହରେ ସାଇବର ଆଟାକ୍‌ କରିଛି ଚାଇନା ସମର୍ଥତ୍ତ ହ୍ୟାକିଂ ଗ୍ରୁପ। ଏ ନେଇ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିଫର୍ମା ସ୍ପଷ୍ଟ କରିଛି।

ଉଲ୍ଲେଖଥାଉ କି, ଚାଇନା ଓ ଭାରତ ବିଶ୍ୱରେ ବିଭିନ୍ନ ଦେଶକୁ କୋଭିଡ୍‌-୧୯ ଡୋଜ ଉପହାର ସ୍ବରୂପ ଦେବା ସହ ବିକ୍ରି କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ବିକ୍ରି ହେଉଥିବା ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ପ୍ରସ୍ତୁତ କରୁଛି। ସିଫାର୍ମା ପକ୍ଷରୁ କୁହାଯାଇଛି, ଷ୍ଟୋନ ପାଣ୍ଡା ଭାବେ ଜଣାଯାଉଥିବା ଚାଇନାର ହ୍ୟାକିଂ ଗ୍ରୁପ ଏପିଟି୧୦ ଭାରତ ବାୟୋଟେକ ଓ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଇଟି ସିଷ୍ଟମ ଓ ସପ୍ଲାଇ ଚେନ ସପ୍ଟଓ୍ବୟାରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଏପିଟି୧୦ ମୁଖ୍ୟତଃ ଏସ୍‌ଆଇଆଇକୁ ଟାର୍ଗେଟ କରୁଛି।

Share