Categories: ଜାତୀୟ

ଲଦାଖରେ ପାଓ୍ବାର ଗ୍ରୀଡ୍‌ ଭଣ୍ଡୁର ପାଇଁ ହ୍ୟାକରଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୪: ଚାଇନା ଏହାର କଳାକାରନାମାରୁ ନିବୃତ୍ତ ହେଉନାହିଁ। ଲଦାଖରେ ଏହାର କଳାକାରନାମା ଜାରି ରଖିଛି। ଏହା ମଧ୍ୟରେ ଚାଇନାର ହ୍ୟାକରମାନେ ଲଦାଖର ପାଓ୍ବାର ଗ୍ରୀଡକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ରଶକ୍ତି ମନ୍ତ୍ରୀ ଆର.କେ ସିଂ ଗୁରୁବାର କହିଛନ୍ତି, ଲଦାଖ ନିକଟରେ ବିଦ୍ୟୁତ୍‌ ବିତରଣ କେନ୍ଦ୍ରକୁ ଟାର୍ଗେଟ କରୁଥିବା ଚାଇନାର ହ୍ୟାକରଙ୍କ ଉଦ୍ୟମକୁ ସଫଳତାର ସହ ଅବରୋଧ କରାଯାଇଛି।
କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ ବଣ୍ଟନକୁ ଟାର୍ଗେଟ କରି ହ୍ୟାକରଙ୍କ ଦ୍ୱାରା ଦୁଇଟି ସାଇବର ଆକ୍ରମଣ ହୋଇଥିଲା। ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଲଦାଖ ନିକଟରେ ପାଓ୍ବାର ଗ୍ରୀଡ୍‌ ଉପରେ ସାଇବର ଆକ୍ରମଣ କରୁଥିବା ଗଣମାଧ୍ୟମର ରିପୋର୍ଟର ଉତ୍ତରରେ ସେ କହିଛନ୍ତି, ହ୍ୟାକରଙ୍କ ଦ୍ୱାରା ଦୁଇଟି ଚେଷ୍ଟା କରାଯାଇଥିଲା। କିନ୍ତୁ ବିଫଳ ହୋଇଥିଲା। ମନ୍ତ୍ରୀ ଆହୁରି କହିଛନ୍ତି, ସାଇବର ଆକ୍ରମଣ ମୁକାବିଲା ପାଇଁ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଇଛି।

Share