ତିବ୍ଦତ,୨୧।୧ : ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବାରୁ ଚାଇନାକୁ ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଜାପାନର ବିଶ୍ୱ ବୌଦ୍ଧ ଫେଡେରେଶନ ଏକ କଠୋର ବାର୍ତ୍ତାରେ କହିଛି ଯେ ତିବ୍ଦତୀୟ ଲୋକମାନେ ଚାଇନା ନୁହେଁ ତିବ୍ଦତୀୟ ସଂସ୍କୃତି ଏବଂ ଇତିହାସ ଆଧାରରେ ଚତୁର୍ଦ୍ଦଶ ଦଲାଇ ଲାମାଙ୍କର ଉତ୍ତରାଧିକାରୀ ସ୍ଥିର କରିବା ଉଚିତ।
ଜାପାନ ବିଶ୍ୱ ବୌଦ୍ଧ ଫେଡେରେଶନ ହେଉଛି ଏକ ସଂଗଠନ ଯାହା ଜାପାନ ସମେତ ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମର ଏକତା ପାଇଁ କାର୍ଯ୍ୟ କରିଥାଏ। ଚିଠିରେ ଏହା ତିବ୍ଦତର ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଚାଇନା ହସ୍ତକ୍ଷେପକୁ ଦୃଢ଼ ବିରୋଧ କରିଛି। ଫେଡେରେଶନର ସେକ୍ରେଟେରୀ ଜେନେରାଲ ଇହିରୋ ମିଜୁତାନି କହିଛନ୍ତି ଯେ ଉତ୍ତରାଧିକାର ପ୍ରକ୍ରିୟାରେ ଚାଇନାର କୌଣସି ଭୂମିକା ନାହିଁ। ସେ କହିଛନ୍ତି, ଅଣ ଧାର୍ମିକ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଧାର୍ମିକ ନେତାଙ୍କ ପାଇଁ ନିଷ୍ପତ୍ତି ନେବା ନୀତି ବିରୁଦ୍ଧ।
ଚାଇନା ସରକାର ଦଲାଇ ଲାମାଙ୍କ ଅସ୍ତିତ୍ୱକୁ ସ୍ବୀକାର କରୁନାହାଁନ୍ତି। ଚାଇନ ସରକାରଙ୍କ ନେତୃତ୍ୱରେ ତିବ୍ଦତ ସ୍ବୟଂଶାସିତ ଅଞ୍ଚଳ (ଟିଏଆର) ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏକ ନୀତି ଉପରେ କାର୍ଯ୍ୟ କରୁଛି। ତେବେ ଚାଇନାର ଜାତୀୟ ନୀତି ସାମ୍ପ୍ରଦାୟିକତା ଉପରେ ଆଧାରିତ ଏବଂ ଏହାକୁ ଅଣ ଧାର୍ମିକ ବୋଲି ବିବେଚନା କରାଯାଉଛି।