ଚାଇନାର ମଧ୍ୟସ୍ଥି: ପାକିସ୍ତାନରେ ପହଞ୍ଚିଲା ରୁଷିଆ ଅଶୋଧିତ ତୈଳ…

ଇସଲାମାବାଦ/ମସ୍କୋ,୧୨।୬ : ରୁଷିଆରୁ ଶସ୍ତା ଅଶୋଧିତ ତୈଳର ପ୍ରଥମ ପରିବହନ କରାଚି ବନ୍ଦରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଚାଲିଥିବା ମୁଦ୍ରାସ୍ଫୀତି ଏବଂ ତୈଳ ମୂଲ୍ୟରେ ଆକାଶଛୁଆଁ ହେବା ମଧ୍ୟରେ ଏହା ଏକ ବଡ଼ ଖବର। ପାକିସ୍ତାନ ବିପୁଳ ଋଣ ଏବଂ ମୁଦ୍ରାର କ୍ରମାଗତ ହ୍ରାସ ସହିତ ସଂଘର୍ଷ କରୁଛି।

ଏଭଳି ପରିସ୍ଥିତିରେ ଶସ୍ତା ମୂଲ୍ୟରେ ପ୍ରଥମ ସାମଗ୍ରୀ ଆକାରରେ ରୁଷିଆରୁ ୪୫ ହଜାର ମେଟ୍ରିକ ଟନ ଅଶୋଧିତ ତୈଳ ପାଇବା ଏକ କମ ନୁହେଁ। ଏଥି ସହିତ ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ଥିବାରୁ ଏହା ଭାରତ ପାଇଁ ଏକ ବଡ ଝଟକା। ତେବେ ଚାଇନା ନିର୍ଦ୍ଦେଶରେ ରୁଷିଆ ବର୍ତ୍ତମାନ ପାକିସ୍ତାନକୁ ଅଶୋଧିତ ତୈଳ ପଠାଇଛି ଯାହା ଭାରତର ସ୍ବାର୍ଥ ପାଇଁ ଏକ ଆହ୍ବାନ ଅଟେ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କରାଚିରେ ରୁଷିଆରୁ ଶସ୍ତା ତୈଳର ପ୍ରଥମ ଜାହାଜ ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଟୁଇଟ କରି କହିଛନ୍ତି ମୁଁ ଦେଶକୁ ଦେଇଥିବା ମୋର ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛି। ସୂଚନାଯୋଗ୍ୟ ଶସ୍ତା ରୁଷିଆର ତୈଳର ପ୍ରଥମ ପରିବହନ କରାଚିରେ ପହଞ୍ଚିଛି ଏବଂ ଏହାର ଯୋଗାଣ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପରିବର୍ତ୍ତନର ଦିନ । ଆମେ ସମୃଦ୍ଧତା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଶକ୍ତି ନିରାପତ୍ତା ଦିଗରେ ଏକ ପାଦ ଆଗକୁ ବଢ଼ିଛୁ। ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ରୁଷିଆ ଏବଂ ପାକିସ୍ଥାନ ମଧ୍ୟରେ ଏକ ନୂତନ ସମ୍ପର୍କର ଆରମ୍ଭ।

ଯଦି ସବୁକିଛି ଠିକ ଅଛି, ତେବେ ପାକିସ୍ତାନ ପ୍ରତିଦିନ ରୁଷିଆରୁ ଏକ ଲକ୍ଷ ବ୍ୟାରେଲ ତେଲ କିଣିପାରେ। ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ପ୍ରାୟ ୨୬୨ ପାକିସ୍ତାନୀ ଟଙ୍କା ଅଟେ। ରୁଷିଆରୁ ଶସ୍ତା ତେଲ ପାଇବା କାରଣରୁ ପାକିସ୍ତାନର ସାଧାରଣ ଗ୍ରାହକମାନେ ମୁଦ୍ରାସ୍ଫୀତିରୁ କିଛି ଆରାମ ପାଇବେ ବୋଲି ଆଶା କରାଯାଉଛି।

Share