Categories: ଜାତୀୟ

ପୂର୍ବ ଲଦାଖ ନିକଟରେ ଚାଇନାର ମିଶାଇଲ ରେଜିମେଣ୍ଟ

ଲେହ, ୨୯।୧୧: ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଥିବାବେଳେ ପୂର୍ବ ଲଦାଖ ନିକଟରେ ବେଜିଂ ନୂଆ ହାଇଓ୍ବେ ଓ ରାସ୍ତା ନିର୍ମାଣ କରିବା ସହ ସେଠାରେ ମିସାଇଲ୍‌ ଓ ରକେଟ ରେଜିମେଣ୍ଟ ମୁତୟନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପୂର୍ବ ଲଦାଖ ସେକ୍ଟର ଅପରପାର୍ଶ୍ୱରେ ଥିବା ଅକ୍‌ସାଇ ଚୀନ୍‌ ଅଞ୍ଚଳରେ ଚାଇନା ସୈନ୍ୟ ନୂଆ ହାଇଓ୍ବେ ନିର୍ମାଣ ଆରମ୍ଭ କରିଛନ୍ତି। ଏହି ହାଇଓ୍ବେ କାର୍ଯ୍ୟକାରୀ ହେଲେ ସେମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପହଞ୍ଚତ୍ପାରିବେ। ସୂତ୍ର ଅନୁଯାୟୀ, ଚାଇନା ସୈନ୍ୟବାହିନୀ ହାଇଓ୍ବେଗୁଡ଼ିକୁ ପ୍ରଶସ୍ତ କରିବା ସହ ନୂଆ ଏୟାର ଷ୍ଟ୍ରିପ୍‌ ନିର୍ମାଣ କରୁଛି। ସାମରିକ ଭିତ୍ତିଭୂମି ବିକାଶ ଲାଗି ଏହା ଗୁରୁତ୍ୱପୂର୍ଣ୍ଣ।
ଏଥିସହିତ ସୀମା ନିକଟବର୍ତ୍ତୀ ତିବ୍ବତୀୟ ସ୍ବୟଂଶାସିତ ଅଞ୍ଚଳରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ବହୁସଂଖ୍ୟାରେ ମିସାଇଲ ଏବଂ ରକେଟ ରେଜିମେଣ୍ଟ ମୁତୟନ କରିଛି। ଏଥିସହିତ ସେଠାରେ ଗୁପ୍ତ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ସୀମା ନିକଟରେ ଅଧିକ ଡ୍ରୋନ୍‌ ଓ ସର୍ଭିଲେନ୍ସ ଉପକରଣକୁ ନିୟୋଜିତ କରାଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି। ପିଏଲ୍‌ଏ ଅଧିକ ସଂଖ୍ୟାରେ ତିବ୍ବତୀୟଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ସୀମାରେ ଅବସ୍ଥାପିତ କରିବାକୁ ଉଦ୍ୟମ ଚଳାଇଛି।

 

Share