ଭାରତରେ ୯୦୦୦କୋଟି ଟଙ୍କା ଟିକସ ଫାଙ୍କିଛନ୍ତି ଚାଇନା ମୋବାଇଲ ଫୋନ କମ୍ପାନୀ

ନୂଆଦିଲ୍ଲୀ,୨୨।୭: ଚାଇନା ମୋବାଇଲ ଫୋନ ନିର୍ମାତା ଏକ ବଡ ରକମର ଟଙ୍କା ଭାରତରେ ଫାଙ୍କିଛନ୍ତି। କମ୍ପାନୀଗୁଡିକ କଷ୍ଟମ ଡ୍ୟୁଟି ଏବଂ ଜିଏସ୍ଟି ଆକାରରେ ଭାରତ ସରକାରଙ୍କୁ ୯,୦୦୦ କୋଟି ଟଙ୍କା ଟିକସ ଦେଇ ନାହାନ୍ତିି। କମ୍ପାନୀ ଠାରୁ ସରକାର କେବଳ ୧,୬୨୯ କୋଟି ଟଙ୍କା ବସୁଲ କରିଛନ୍ତି। ଭାରତର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ୨୦୧୭-୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପରିସଂଖ୍ୟାନ ଆଧାରରେ ଏହି ସୂଚନା ଦେଇଛନ୍ତି। ଚାଇନାର ମୋବାଇଲ କମ୍ପାନୀ ପକ୍ଷରୁ ଭାରତରେ ପୁଞ୍ଜି ବିନିଯୋଗ, ନିଯୁକ୍ତି ଏବଂ ଟିକସ ସହ ଜଡିତ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଚନ୍ଦ୍ରଶେଖର କହିଛନ୍ତି ଯେ, ଓପୋ କମ୍ପାନୀ ସର୍ବାଧିକ ୫,୦୮୬ କୋଟି ଟିକସ ପୈଠ କରିନାହିଁ। ଏଥିରେ ୪,୪୦୩ କୋଟି କଷ୍ଟମ ଡ୍ୟୁଟି ଏବଂ ୬୮୩ କୋଟି ଜିଏସ୍ଟି ଅନ୍ତର୍ଭୁକ୍ତ। ଭିଭୋ କମ୍ପାନୀ ୨,୯୨୩.୨୫ କୋଟି ଏବଂ ସାଓମି ୮୫୧.୧୪ କୋଟି ଟଙ୍କା ଟିକସ ଦେଇ ନାହାନ୍ତି।

Share