ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ ଶପଥ ପାଠ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଲେଗକୋ କମ୍ପ୍ଲେକ୍ସ୍‌ ଚ୍ୟାମ୍ବରରେ ସମ୍ପନ୍ନ ହୋଇଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏଚକେଏସଏଆର୍‌ ଶପଥ ପ୍ରଶାସକ ଏବଂ ମୁଖ୍ୟ କାର୍ଯ୍ୟକାରୀ କୈରୀ ଲୈମ ଚାଇନାର ଜାତୀୟ ସଙ୍ଗୀତ ଗାନ କରିବା ସହିତ ସଦସ୍ୟମାନେ ଏଚକେଏସଏଆର୍‌ର ଆଇନର ପ୍ରତିପାଳନ ଏବଂ ଏହା ପ୍ରତି ନିଷ୍ଠା ପ୍ରଦର୍ଶନ କରିବା ଲାଗି ସ୍ବୀକୃତି ପ୍ରଦାନ କରିଥିଲେ।

Share