କଲମ୍ବୋ ବନ୍ଦରରେ ପହଞ୍ଚିଲା ଚାଇନାର ନୈସେନା ଯୁଦ୍ଧ ଜାହାଜ, ଭାରତ ମହାସାଗରରେ ପ୍ରବେଶକୁ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତ

କଲମ୍ବୋ,୧୧।୮: ଚାଇନାର ନୈସେନା ଯୁଦ୍ଧ ଜାହାଜ ଶୁକ୍ରବାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଉଲ୍ଲେଖନୀୟ କଥା ହେଉଛି, ପ୍ରାୟ ଏକ ବର୍ଷ ପୂର୍ବେ ଭାରତ ମହାସାଗରରେ ଚାଇନା ଜାହାଜର ପ୍ରବେଶକୁ ନେଇ ଭାରତ ଶ୍ରୀଲଙ୍କାକୁ ଚିନ୍ତା ପ୍ରକଟ କରିଥିଲା। ସେବେଠାରୁ କଲମ୍ବୋ ବନ୍ଦରରେ ଚାଇନାର ଯୁଦ୍ଧ ଜାହାଜ ପହଞ୍ଚିବା ଏହା ପ୍ରଥମ ଘଟଣା।

ପ୍ରକାଶ ଯେ, ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଯୁଦ୍ଧ ଜାହାଜ ୟୋଙ୍ଗ ୨୪ ହାଓ କଲମ୍ବୋ ବନ୍ଦରରେ ପହଞ୍ଚିଛି। ୧୨୯ ମିଟର ଲମ୍ବା ଜାହାଜରେ ୧୩୬ ନୈସେନା କର୍ମଚାରୀ ଅଛନ୍ତି ଏବଂ ଏହାର ନେତୃତ୍ୱ କମାଣ୍ଡର ଜିନ ଶିନଙ୍କ ପକ୍ଷରୁ କରାଯାଉଛି।

 

Share