Categories: ଜାତୀୟ

ଓପୋ, ଜିଓମି କମ୍ପାନୀ ଉପରେ ଚଢ଼ାଉ

ନୂଆଦିଲ୍ଲୀ,୨୨।୧୨: ଓପୋ, ଜିଓମି ଓ ଓ୍ବାନ ପ୍ଲସ ଭଳି ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଉପରେ ବୁଧବାର ଚଢ଼ାଉ କରିଛି ଆୟକର(ଆଇଟି) ବିଭାଗ। ୫ ରାଜ୍ୟରେ ଥିବା ଚାଇନିଜ ଫୋନ ଫାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ସମେତ ୫ ରାଜ୍ୟର ଥିବା କମ୍ପାନୀର ୨୫ ପରିସରରେ ଚଢ଼ାଉ କରାଯାଇଥିଲା।

ଚାଇନିଜ ଫୋନ ନିର୍ମାତା କମ୍ପାନୀ ବିରୋଧରେ ଟିକସ ଠକେଇ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିବା ଆଇଟି ଅଧିକାରୀ କହିଛନ୍ତି। ଗତ ଅଗଷ୍ଟରେ ଚାଇନା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଟେଲିକମ ଭେଣ୍ଡର ଜେଟିଇ ଉପରେ ଚଢ଼ାଉ କରାଯାଇଥିଲା।

Share