Categories: ଜାତୀୟ

ଆତଙ୍କବାଦୀଙ୍କ ପାଖରେ ଚାଇନା ପିସ୍ତଲ…

ଶ୍ରୀନଗର, ୨୭।୬ : ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେଶନରେ ଜଣେ ଆତଙ୍କବାଦୀ ଗିରଫ ହୋଇଛନ୍ତିି। ଗିରଫ ଆତଙ୍କବାଦୀ କୋଟି ଡୋଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଡୋଡ଼ାଠାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଚାଇନା ପିସ୍ତଲ, ଦୁଇଟି ମାଗାଜିନ, ୧୪ ଜୀବନ୍ତ କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି। ଆତଙ୍କବାଦୀଙ୍କ ନିକଟରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏହି ମାମଲା ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି।

ଏହାପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଜୁନ ୨୧ ରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଜଣେ ଆତଙ୍କବାଦୀ ଜଣେ ସବ-ଇନ୍ସପେକ୍ଟରଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଏହି ଏନକାଉଣ୍ଟର ସମ୍ପର୍କରେ ଏସଏସପି ଜେଲାନି ୱାନି କହିଛନ୍ତି ଯେ ଜମ୍ମୁ-କଶ୍ମୀର ପୋଲିସର ସବ ଇନ୍ସପେକ୍ଟର ଫାରୁକ ଅହମ୍ମଦ ମୀରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ମାଜିଦ ପାମ୍ପୋର ଅଞ୍ଚଳର ବାସିନ୍ଦା।

ଏନକାଉଣ୍ଟର ପରେ ମିଳିଥିବା ସଫଳତା ବିଷୟରେ ଏସଏସପି ଜେଲାନି ୱାନି କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସଦସ୍ୟ ମାଜିଦଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ଜୁନ ୧୮ ରେ ସବ-ଇନ୍ସପେକ୍ଟରଙ୍କୁ ହତ୍ୟା କରାଯାଇଥିଲା। କ୍ଷତବିକ୍ଷତ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

Share