ଏସିଆନ ସମ୍ମିଳନୀରେ ସାମିଲ ହେବାକୁ ଇଣ୍ଡୋନେସିଆ ଯିବେ ଚାଇନା ପ୍ରଧାନମନ୍ତ୍ରୀ, ଜି-୨୦ରେ ବି ସାମିଲ ହେବାର ସମ୍ଭାବନା

ବେଜିଂ,୧।୯: ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର୫ରୁ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ ସମ୍ମିଳନୀରେ ଭାଗ ନେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି। ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ଲି କିଆଙ୍ଗଙ୍କୁ ଭାରତ ପଠାଇପାରେ, କାରଣ ଏହି କାର୍ଯ୍ୟକ୍ରମରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସାମିଲ ହେବାର ସମ୍ଭାବନା ବହୁତ କମ୍‌ ରହିଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ, ବର୍ତ୍ତମାନର ଏସିଆନ ଅଧ୍ୟକ୍ଷ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ୨୬ ତମ ଚାଇନା-ଏସିଆନ ସମ୍ମିଳନୀ, ୨୬ତମ ଏସିଆନ ପ୍ଲସ ଥ୍ରୀ (ଏପିଟି) ସମ୍ମିଳନୀ ଏବଂ ୧୮ ତମ ଏସିଆନ- ଭାରତ ସମ୍ମିଳନୀରେ ଭାଗ ନେବାକୁ ଇଣ୍ଡୋନେସିଆ ଗସ୍ତ କରିବେ। ସେପ୍ଟେମ୍ବର ୫ରୁ ୮ପର୍ଯ୍ୟନ୍ତ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

Share