ଇସ୍ତଫା ଦେବେ ଚାଇନା ପ୍ରଧାନମନ୍ତ୍ରୀ

ବେଜିଂ,୧୧।୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଚଳିତ ବର୍ଷ ଇସ୍ତଫା ଦେବେ ବୋଲି କହିଛନ୍ତି। ସେ ଦଶବର୍ଷ ହେଲା ଦେଶର ଅର୍ଥନୀତି ପରିଚାଳନା କରିଆସୁଥିଲେ। ତେବେ ୧୦ ବର୍ଷରେ ଥରେ ଚାଇନାରେ ନେତୃତ୍ୱ ପରିବର୍ତ୍ତନ ଲାଗି କମ୍ୟୁନିଷ୍ଟ ସରକାର ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଦେଶର ସବୁଠୁ ପ୍ରଭାବଶାଳୀ ନେତା। ତାଙ୍କ ବ୍ୟତୀତ ଦଳ ଏବଂ ସରକାରରେ ଥିବା ଅବଶିଷ୍ଟ ନେତୃତ୍ୱ ପରିବର୍ତ୍ତନ ହେବା ଆଶା କରାଯାଉଛି।

Share