ତାଇଓ୍ବାନ ସାମୁଦ୍ରିକ ସୀମା ନିକଟରେ ପୁଣି ଚାଇନାର ସମରାଭ୍ୟାସ…

ବେଜିଂ,୯।୧ : ତାଇୱାନକୁ ନେଇ ଚାଇନାର ଉଦ୍ଦେଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ ରବିବାର କରିଛି। ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନାର ବାୟୁସେନା ଏବଂ ନୌସେନା ପୁଣି ଏଭଳି ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରିଛନ୍ତି।

ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ରବିବାର ଏକ ବିବୃତ୍ତି ଜାରି କରି କହିଛି ଯେ ଏହାର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ତାଇୱାନ ଗଲ୍ଫରେ ମିଳିତ ସମରାଭ୍ୟାସ କରିଛି। ଏଥିରେ ଯୁଦ୍ଧ ପ୍ରସ୍ତୁତି, ପାଟ୍ରୋଲିଂ ଏବଂ ପ୍ରକୃତ ଯୁଦ୍ଧ ଅଭ୍ୟାସ କରାଯାଇଥିଲା। ଏହି ସମରାଭ୍ୟାସ ବାୟୁ ଏବଂ ସମୁଦ୍ରିକ ଅଞ୍ଚଳରେ କରାଯାଇଥିଲା।

ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ବାହ୍ୟ ଶକ୍ତି ଏବଂ ବାହିନୀର ଉତ୍ତେଜନାମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ପାଇଁ ଏହି ସମରାଭ୍ୟାସ ଦେଶର ସାମରିକ ମିଳିତ ଦକ୍ଷତା ଏବଂ ପ୍ରସ୍ତୁତିକୁ ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ବୋଲି ପିଏଲଏ କହିଛି।
ଗତ ମାସ ଶେଷରେ ଚାଇନା ମଧ୍ୟ ସମାନ ସମରାଭ୍ୟାସ କରିଥିଲା। ତାଇୱାନ କହିଛି ଯେ ୪୩ ଟି ଚାଇନାର ବିମାନ ତାଇୱାନ ଗଲ୍ଫର ସେଣ୍ଟ୍ରାଲ ଲାଇନ ଅତିକ୍ରମ କରିଛି।

Share