ନୂଆ ଟିମ ସହ ସାମ୍ନାକୁ ଆସିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଲି କିୟାଙ୍ଗ ହୋଇପାରନ୍ତି ନୂଆ ପ୍ରଧାନମନ୍ତ୍ରୀ

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଦଳୀୟ କଂଗ୍ରେସର ବୈଠକ ଶେଷ ହେବା ପରେ ରବିବାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ତୃତୀୟ ଇନିଂସ ସହ ନୂଆ ଟିମକୁ ନେଇ ସାମ୍ନାକୁ ଆସିଛନ୍ତି । ଏହାସହ ଏହାବି ସ୍ପଷ୍ଟ ହୋଇଗଲା ଯେ କେଉଁଭଳି ଢଙ୍ଗରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ରାଜ କରିବ । ଏଠାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶବ୍ଦ ହିଁ ଶାସନ ।
ପାର୍ଟି କଂଗ୍ରେସର ବୈଠକ ଓ ସେଣ୍ଟ୍ରାଲ କମିଟିର ସାଧାରଣ ବୈଠକ ପରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ୭ ସଦସ୍ୟ ଗଣମାଧ୍ୟମ କ୍ୟାମେରା ଆଗରେ ପାୱାର ୱାକ୍ କରି ସାମ୍ନାକୁ ଆସିଥିଲେ । ଏହା ଚାଇନାର ଶକ୍ତିଶାଳୀ ପୋଲିତ ବ୍ୟୁରୋ ଷ୍ଟାଣ୍ଡିଂ କମିଟିର ନୂଆ ଚେହେରା । ଏଥିରେ ଲଇ କିୟାଂଗ, ଝାଓ ଲେଜି, ୱାଙ୍ଗ ହୁନିଂଗ, କାଇ ଚି, ଡିଂଗ ଶୁଏଶିୟାଂଗ ଓ ସି ଲି ସାମିଲ ଅଛନ୍ତି ।

Share