ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌, ସୋସିଆଲ ମିଡିଆରେ…

ବେଜିଂ,୧୭।୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଖବର ସାମ୍ନାକୁ ଆସିଛି। ଚାଇନା ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ତେବେ ସିସିପିର ବୈଠକ ସମୟରେ ରାଷ୍ଟ୍ରପତିଙ୍କୁ ଷ୍ଟ୍ରୋକ୍‌ ଆସିଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ ଆଧିକାରୀକ ଭାବେ କୌଣସି ଘୋଷଣା ହୋଇନାହିଁ।

ତେବେ ଜେନିଫର ନାମକ ଜଣେ ସାମ୍ବାଦିକ ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଦାବି କରିଛନ୍ତି। ଏହାକୁ ନେଇ ସମସ୍ତେ ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ପୂର୍ବରୁ ୨୦୨୧ରେ ଜିନପିଙ୍ଗ ମସ୍ତିଷ୍କ ରକ୍ତହୀନତାର ଶିକାର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେ ଅସ୍ତ୍ରୋପଚାର ପରିବର୍ତ୍ତେ ଚାଇନାର ପାରମ୍ପରିକ ଔଷଧ ଖାଇ ଚିକିତ୍ସିତ ହେବାକୁ ପସନ୍ଦ କରିଥିଲେ।

କୁହାଯାଉଛି ଯେ, ସିସିପିର ଏହି ବୈଠକ ସୋମବାରଠାରୁ ଆରମ୍ଭ ହୋଇଥିଲା। ଏହା ଗୁରୁବାର ଶେଷ ହୋଇଥାନ୍ତା। ଚାଇନାର ରାଜନୀତି ଲାଗି ଏହି ବୈଠକର ଗୁରୁତ୍ୱ ରହିଛି। ୫ ବର୍ଷରେ ଥରେ ହେଉଥିବା ଏହି ବୈଠକରେ ଚାଇନାର ଭବିଷ୍ୟତ ଲାଗି ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଥାଏ।

Share