ଆମେରିକାକୁ ପରାମର୍ଶ ଦେଲା ଚାଇନା

ବେଜିଂ,୧।୧: ନିକଟରେ ଚାଇନା ଏବଂ ରୁଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଭିଡିଓ କଲରେ ବାର୍ତ୍ତାଳାପ ହୋଇଥିଲା। ଏହି ସମୟରେ ଉଭୟ ଦେଶର ମୁଖ୍ୟ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାକୁ ରାଜି ହୋଇଥିଲେ। ରୁଷିଆ ଏବଂ ଚାଇନା ମଧ୍ୟରେ ବହୁତ ଭଲ ସମ୍ପର୍କ ଥିବା ଦେଖି ଆମେରିକା ଆଦୌ ସହିପରରି ନାହିଁ। ଆମେରିକା ଚିନ୍ତିତ ଯେ. ଚାଇନା ଏବଂ ରୁଷିଆ ମଧ୍ୟରେ ଗଭୀର ସମ୍ପର୍କ ବିଶ୍ୱସ୍ତରକୁ ପ୍ରଭାବିତ କରିପାରେ। ଏହି କାରଣରୁ ବିଶ୍ୱ ସ୍ତରରେ ଆମେରିକାର ପ୍ରଭାବ ହ୍ରାସ ହୋଇପାରେ।
ରୁଷିଆ ସହିତ ସମ୍ପର୍କ କିପରି ବଜାୟ ରଖିବ, ଆମେରିକା ଚାଇନାକୁ ବୁଝାଇବା ଆବଶ୍ୟକ ନାହିଁ କିମ୍ବା ଏଥିପାଇଁ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ୍‌ ନୁହେଁ। ଆମେରିକା ତୁଳନାରେ ରୁଷିଆ ସହିତ ଚାଇନା ସମ୍ପର୍କ ଭଲ। ଉଭୟ ଦେଶ ସେମାନଙ୍କ ସୱାର୍ଥ ପ୍ରତି ସଚେତନ ଅଛନ୍ତି। କୌଣସି ମୁକାବିଲା ବିନା ରୁଷିଆ ଏବଂ ଚାଇନା ପାରସ୍ପରିକ କଥାବାର୍ତ୍ତା ଜାରି ରଖିଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚାଇନା କହିଛି।
ସୂଚନାଯୋଗ୍ୟ, ୟୁକ୍ରେନ ସହିତ ଯୁଦ୍ଧ ପୂର୍ବରୁ ମଧ୍ୟ ରୁଷିଆ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ନେଇ ଆମେରିକା ସତର୍କ ହୋଇଯାଇଥିଲା। ଆମେରିକା ଉଭୟ ଦେଶକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରେ।

Share