ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା। ସେପ୍ଟେମ୍ବର ୩୦ରେ ୧.୭କୋଟିରୁ ଅଧିକ ଲୋକ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି। ଶନିବାର ଦେଶରେ ୧୫୯୪ଟି ଅତିରିକ୍ତ ଟ୍ରେନ ସହିତ ୧୨୧୮୦ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଛି।

Share