ପୃଥିବୀରେ ଖସିବ ଚାଇନା ରକେଟ

ବେଜିଂ,୩୦।୭: ଚାଇନାର ନିର୍ମାଣାଧୀନ ମହାକାଶ ଷ୍ଟେଶନକୁ ନୂତନ ବିଜ୍ଞାନ ଉପକରଣ ନେଇ ଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଓ୍ବାଇ୩ ଏବେ ପୃଥିବୀକୁ ଖସୁଛି। ଏହା ଚଳିତ ସପ୍ତାହ ଶେଷ ଭାଗରେ ଖସିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ପଡ଼ିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗତ ରବିବାର ଚାଇନାର ହୈନାନ୍‌ ପ୍ରଦେଶର ଓ୍ବେନ୍‌ଚାଙ୍ଗ ମହାକାଶ ଯାନ ଉତ୍‌କ୍ଷେପଣ ସ୍ଥଳରୁ ଲଙ୍ଗ୍‌ ମାର୍ଚ୍ଚ ରକେଟକୁ ମହାକାଶ କେନ୍ଦ୍ର ଅଭିମୁଖେ ଛଡ଼ାଯାଇଥିଲା। ଏହାର ମୁଖ୍ୟ ଭାଗର ଲମ୍ବ ୧୦୦ ମିଟର ଏବଂ ଓଜନ ୨୨ ଟନ୍‌। ଏହା ନିମ୍ନ କକ୍ଷପଥରେ ପହଞ୍ଚତ୍ସାରିଛି ଓ ବାୟୁମଣ୍ଡଳର ଘର୍ଷଣ ଯୋଗୁ ଏହା ଟାଣିହୋଇ ଖସିବା ଆଶଙ୍କା ରହିଛି। ଚଳିତ ସପ୍ତାହାନ୍ତରେ ଏହା ପୁନର୍ବାର ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ମହାକାଶ ବିଜ୍ଞାନୀ ଜୋନାଥନ ମାକ୍‌ଡୋଓ୍ବେଲ ପୂର୍ବାନୁମାନ କରିଛନ୍ତି।

Share