ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ ଚାଇନା ଓ ରୁଷିଆର ଯୁଦ୍ଧବିମାନ ଉଡ଼ିଛି। ଜାପାନ ସାଗର ଓ ପୂର୍ବ ଚାଇନା ସାଗର ଉପରେ ଚାଇନା ଏବଂ ରୁଷିଆର ପ୍ରାୟ ୮ ଯୁଦ୍ଧ ଜାହାଜ ୧୩ ଘଣ୍ଟା ମିଳିତ ପାଟ୍ରୋଲିଂ କରିଥିଲେ। ତେବେ ମସ୍କୋ ଓ ବେଜିଂର ଜଏଣ୍ଟ ଫ୍ଲାଇଟ୍‌ ଆଞ୍ଚଳିକ ଏୟାରସ୍ପେସ୍‌ ସୀମା ଉଲ୍ଲଂଘନ କରି ନ ଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏହାକୁ ମିଶାଇ ଗତ ନଭେମ୍ବରଠାରୁ ଚତୁର୍ଥ ଥର ପାଇଁ ଜାପାନ ନିକଟରେ ରୁଷିଆ ଓ ଚାଇନାର ମିଳିତ ଯୁଦ୍ଧବିମାନ ଉଡ଼ାଣ ହୋଇଥିବା ଲକ୍ଷ୍ୟ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ କିଶି କହିଛନ୍ତି, ଦୁଇ ଚାଇନିଜ୍‌ ଏବଂ ଦୁଇ ରୁଷୀୟ ବମ୍ବର୍ସ ଜାପାନ ସାଗରରୁ ପୂର୍ବ ଚାଇନା ସାଗର ଆଡ଼କୁ ମିଳିତ ଉଡ଼ାଣ ଭରିଥିଲେ। ଏହା ପରେ ଆଉ ୪ ବିମାନ ପୂର୍ବ ଚାଇନା ସାଗରରୁ ପ୍ରଶାନ୍ତ ମହାସାଗର ଆଡ଼କୁ ଯାଇଥିଲା। ଏଥିସହ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଏକ ରୁଷୀୟ ବିମାନ ମଧ୍ୟ ଜାପାନରେ ଉଡ଼ିଛି। ଏପରିି କରି ଚାଇନା ଓ ରୁଷିଆ ଉସୁକାଇଲା ଭଳି କାମ କରୁଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଜାପାନ ନିକଟରେ ଉଡ଼ିଥିବା ଚାଇନା ଓ ରୁଷିଆ ଯୁଦ୍ଧଜାହାଜ କୋରିଆ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (କୋରିଆ ଏଡିଆଇଜେଡ୍‌)ରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏଥିଯୋଗୁ କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ କୋରିଆ ସେନା ତୁରନ୍ତ ପ୍ରସ୍ତୁତ ହେବା ସହ ନିଜ ଯୁଦ୍ଧବିମାନକୁ ନିୟୋଜିତ କରିଥିଲା। ଏଡିଆଇଜେଡ୍‌ ବାବଦରେ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ବ୍ୟାଖ୍ୟା କରାଯାଇନାହିଁ କିମ୍ବା କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ଏହାକୁ ନିୟନ୍ତ୍ରଣ କରେ ନାହିଁ। ମସ୍କୋ କୋରିଆ ଏଡିଆଇଜେଡ୍‌କୁ ମାନି ନ ଥାଏ। ସେହିପରି ଏଡିଆଇଜେଡ୍‌ କୌଣସି ଆଞ୍ଚଳିକ ବାୟୁସୀମା ନୁହେଁ ଏବଂ ସବୁ ଦେଶ ମୁକ୍ତଭାବେ ତାହାକୁ ବ୍ୟବହାର କରିପାରିବେ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri