ମହାକାଶ ଆବର୍ଜନାକୁ ସଫା କରିବ ଚାଇନା ଉପଗ୍ରହ…

ବେଜିଂ,୨୪।୧୦: ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ଲାଗି ଚାଇନା ପକ୍ଷରୁ ରବିବାର ଏକ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶର ଶିଚାଙ୍ଗ ସାଟେଲାଇଟ ଉତ୍‌କ୍ଷେପଣ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି।

ଶିଜିଆନ -୨୧ ନାମକ ଏହି ଉପଗ୍ରହ ଏକ ଲଙ୍ଗ ମାର୍ଚ୍ଚ -୩ ବି କ୍ୟାରିଅର୍‌ ରକେଟ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇ ନିର୍ଦ୍ଦିଷ୍ଟ କକ୍ଷପଥରେ ସଫଳତାର ସହ ପ୍ରବେଶ କରିଛି।

ଏହି ଉପଗ୍ରହ ମୁଖ୍ୟତଃ ସ୍ପେସ ଆବର୍ଜନା ହ୍ରାସ, ପ୍ରଯୁକ୍ତିବିଦ୍ୟା ପରୀକ୍ଷା ଲାଗି ବ୍ୟବହୃତ ହେବ ବୋଲି ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଶିହ୍ନୁଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

Share