୮ନୂଆ ଭାଇରସ ଆବିଷ୍କାର କଲା ଚାଇନା, କରୋନା ପରି ବ୍ୟାପିପାରେ ସଂକ୍ରମଣ

ବେଜିଂ,୨୫।୧୦: ୩ବର୍ଷ ପୂର୍ବରୁ କରୋନା ମହାମାରୀ ନିଜର କରାଳ ରୂପ ଦେଖାଇ ସାରିଛି। କରୋନାର ମୃତ୍ୟୁ ତାଣ୍ଡବରେ କୋଟି କୋଟ ଅଦିନରେ ଝଡି ପଡିଛନ୍ତି। ତେବେ କରୋନାର ସୃଷ୍ଟିକର୍ତ୍ତା ଚାଇନାକୁ ଯେତେଥର ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ ଖଣ୍ଡନ କରିଛି। ତେବେ ଏତେ କଟକଣା ବାଦ-ବିବାଦ ଭିତରେ ବି ବାଦ୍‌ ପଡିନି ଚାଇନା। ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି। କରୋନା ଭଳି ଏହି ନୂଆ ଭାଇରସ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଚାଇନାର ବୈଜ୍ଞାନିକମାନେ ହାଇନାନ ଦ୍ୱୀପରେ ଥିବା ମୂଷାମାନଙ୍କଠାରୁ ୭୦୦ ନମୁନା ସଂଗ୍ରହ କରିଥିଲେ। ସେଥିରୁ ସେମାନେ ଆଠଟି ନୂଆ ଭାଇରସ ପାଇଛନ୍ତି। ସେଥିମଧ୍ୟରୁ ଗୋଟିଏ କରୋନା ଭାଇରସ ସହିତ ସମାନ ଭାରିଆଣ୍ଟ ବୋଲି ସେମାନେ ଦାବି କରିଛନ୍ତି। ଚାଇନା ଆସୋସିଏସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି।

Share