Categories: ଜାତୀୟ

ଏଲ୍‌ଏସିରୁ ଧରାପଡ଼ିଲେ ଚାଇନା ସୈନିକ

ଲେହ,୯।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନା ଧରୁନି। ଏପରିସ୍ଥଳେ ଶନିବାର ପୂର୍ବ ଲଦାଖର ପୈଙ୍ଗାଙ୍ଗ୍‌ ହ୍ରଦର ଦକ୍ଷିଣ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନ ଅଟକ ରଖିଛନ୍ତି। ଚୁସୁଲ ସେକ୍ଟରର ଗୁରଙ୍ଗ ଘାଟି ଅଞ୍ଚଳରେ ସେ ଲକ୍ଷ୍ୟହୀନ ଭାବେ ବୁଲୁଥିବା କୁହାଯାଉଛି। ସେ କାହିଁକି ଭାରତ ସୀମାରେ ପ୍ରବେଶ କରିଥିଲେ ସେନେଇ ପଚରା ଉଚରା ଜାରି ରହିଛି। ସେ ରାସ୍ତା ଭୁଲି ଯାଇଥିବା କହିଛନ୍ତି। ସନ୍ତୋଷ ଜନକ ଉତ୍ତର ମିଳିବା ପରେ ତାଙ୍କୁ ଛାଡ଼ି ଦିଆଯିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Share