ଓ୍ବାଶିଂଟନ୍, ୩୧ା୭: ଗତ ସପ୍ତାହରେ ଚାଇନା ମହାକାଶକୁ ଛାଡ଼ିଥିବା ‘ଲଙ୍ଗ୍ ମାର୍ଚ ୫ବି’(ସିଜେଡ୍-୫ବି) ରକେଟର ଭଗ୍ନାବଶେଷ ଭାରତ ମହାସାଗରରେ ଖସି ପଡିଛି। ଏହି ସ୍ପେସ୍ ଆବର୍ଜନାର ଓଜନ ପ୍ରାୟ ୨୫ ଟନ୍ ହେବ। ଆମେରିକା ସ୍ପେସ୍ ଏଜେନ୍ସି ନାସା ଏବଂ ଚାଇନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ରକେଟ ଭଗ୍ନାଂଶର ଅଧିକାଂଶ ଭାଗ ବାୟୁମଣ୍ଡଳରେ ଜଳି ନଷ୍ଟ ହୋଇଯାଇଛି। ମାଲେସିଆ ଆକାଶରେ ରକେଟ ଜଳୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଯୋଗ୍ୟ, ଚାଇନା ସ୍ପେସ୍ରେ ତିଆଙ୍ଗଓଙ୍ଗ୍ ଷ୍ଟେଶନ ନିର୍ମାଣ କରୁଛି। ଏକ ଲାବୋରେଟୋରି ମଡ୍ୟୁଲକୁ ଉକ୍ତ ସ୍ପେସ୍ ଷ୍ଟେଶନକୁ ପଠାଇବା ପାଇଁ ଚାଇନା ଗତ ସପ୍ତାହରେ ଲଙ୍ଗ୍ ମାର୍ଚ୍ଚ ୫ବି ରକେଟ ଉତ୍କ୍ଷେପଣ କରିଥିଲା।