ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା

ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ ସେ କହିଛନ୍ତି। ଚାଇନା ପ୍ରବକ୍ତା ଏଥର ରୁଷିଆ ସହ ଆହୁରି ଭଲ ଓ ମଜଭୁତ ସମ୍ପର୍କ ସ୍ଥାପନ କରିବା କଥା କହିଛନ୍ତି।
ରୁଷିଆର ନୂଆ ବୈଦେଶିକ ନୀତି ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମାଓ କହିଛନ୍ତି, ଚାଇନା, ରୁଷିଆ ଓ ଭାରତ ଉଲ୍ଲେଖନୀୟ ପ୍ରଭାବ ବାଲା ଉଦୀୟମାନ ପ୍ରମୁଖ ଦେଶ। ଏମାନେ ଅନ୍ତରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ସ୍ତରରେ ଗଭିର ଓ ଜଟିଳ ପରିବର୍ତ୍ତନର ସାମ୍ନା କରୁଛନ୍ତି।
ଭାରତରେ ଥିବା ଚାଇନା ଦୂତାବାସର ପ୍ରବକ୍ତା ଓ୍ବାଙ୍ଗ ଜିଆଓଜିଆନ ଏହାକୁ ନେଇ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଚାଇନା, ରୁଷିଆ ଓ ଭାରତ ଅନ୍ତରାଷ୍ଟ୍ରୀୟ ସମୁଦାୟ ସହ ସଂଚାର ଓ ସତ୍ୟ ବହୁପକ୍ଷବାଦକୁ ବଞ୍ଚାଇ ଓ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଚ୍ୟାଲେଞ୍ଜର ଜବାବ ଦେଇ ବିଶ୍ୱକୁ ଏକ ସକରାତ୍ମକ ସଙ୍କେତ ଦେଇପାରିବେ।

Share