ଆମେରିକାରେ ଚାଇନା ଛାତ୍ର ଗିରଫ, ସିସିପି ବିରୋଧରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ଦେଇଥିଲେ ଧମକ

ୱାଶିଂଟନ,୧୫ ।୧୨: ଆମେରିକାରେ ଜଣେ ଚାଇନା ଛାତ୍ରଙ୍କୁ ଗିରଫ କରାଯାଇଛି । ଏହି ଛାତ୍ରଙ୍କ ବିରୋଧରେ ଚାଇନାର ଶାସକ ଚାଇନିଜ କମ୍ୟୁନିଷ୍ଟ ପାର୍ଟି(ସିସିପି) ବିରୋଧରେ ପୋଷ୍ଟ ଲେଖିଥିବା ବ୍ୟକ୍ତି ଓ ଲୋକତନ୍ତ୍ରକୁ ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧମକାଇବାର ଅଭିଯୋଗ ରହିଛି । ଏହାଦ୍ୱାରା ଆମେରିକା ଓ ଚାଇନା ମଧ୍ୟରେ ଅଶାନ୍ତି ବଢିପାରେ ବୋଲି ଅନୁମାନ କରାଯାଉଛି ।
ଆମେରିକା ନ୍ୟାୟ ବିଭାଗ ବୁଧବାର ସୂଚନା ଦେଇଛି କି ଗିରଫ ହୋଇଥିବା ଚାଇନା ଛାତ୍ର ବର୍କଲି କଲେଜ ଅଫ ମ୍ୟୁଜିକର ବିଦ୍ୟାର୍ଥି । ତାଙ୍କ ଉପରେ ଲୋକତନ୍ତ୍ରର ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ଧମକାଇବା, ଅପମାନ ଦେବା, ତାଙ୍କୁ ପ୍ରତାରିତ କରିବା ଓ ପିଛା କରିବାର ଅଭିଯୋଗ ରହିଛି । ଛାତ୍ର ଜଣଙ୍କ ହେଉଛନ୍ତି ୨୫ ବର୍ଷିୟ ଶିୟାଓଲି ବୁ କେ । ତାଙ୍କୁ ବୋଷ୍ଟନର ସଂଘିୟ କୋର୍ଟରେ ହାଜର କରାଯିବ ।

Share