ଥାଇଲାଣ୍ଡକୁ ଆସିଲେ ଚାଇନା ପର୍ଯ୍ୟଟକ

ବ୍ୟାଙ୍କକ୍‌,୨୫ା୯: ଚାଇନାରୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏକ ନୂତନ ଭିଜାମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ସୋମବାର ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ଚାଇନା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି, ଏହା ଦେଶର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବ ଯାହା କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା।

ଭିଜା ମୁକ୍ତ ନୀତି ଅନୁଯାୟୀ ଚାଇନା ପର୍ଯ୍ୟଟକମାନେ ଥାଇଲାଣ୍ଡକୁ ଆସିଛନ୍ତି। କରୋନା ମହାମାରୀ ଯୋଗୁ ଅନେକ ପର୍ଯ୍ୟଟନସ୍ଥଳୀ କ୍ଷତିଗ୍ରସ୍ତ ହୋଇଛି। ଥାଇଲାଣ୍ଡ ମଧ୍ୟ ଏଥି ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ଚାଇନା ପର୍ଯ୍ୟଟକଙ୍କୁ ଦେଶକୁ ଆସିବାକୁ ପ୍ରଲୋଭିତ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଥାଇଲାଣ୍ଡ ଚାଇନାରୁ ୩୦୦ ଯାତ୍ରୀଙ୍କୁ ସ୍ବାଗତ କରିଛି।

ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଯାତ୍ରୀମାନଙ୍କୁ ଉପହାର ଦେଇଥିଲେ ଏବଂ ଫଟୋଗ୍ରାଫ ପାଇଁ ପୋଜ୍‌ ଦେଇଥିଲେ। ଏଥିସହିତ ତାଙ୍କ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ୟ ଭିଭିଆଇପିମାନେ ସାଂଘାଇରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ସ୍ବାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରେଥା କହିଛନ୍ତି, ଏହି ନୀତି ଅର୍ଥନୀତିକୁ ଏକ ବଡ଼ ଉତ୍ସ ଦେବ। ସେ ଆହୁରି ମଧ୍ୟ କହିଛନ୍ତି, ଥାଇଲାଣ୍ଡର ଛୋଟ ସହରଗୁଡ଼ିକୁ ଚାଇନାର ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ ଭାବରେ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା କରୁଛନ୍ତି ଏବଂ ସେମାନଙ୍କୁ ଅଧିକ ସମୟ ରହିବାକୁ ଏବଂ ଅଧିକ ଖର୍ଚ୍ଚ କରିବାକୁ ଉତ୍ସାହିତ କରୁଛନ୍ତି।

Share