ଲେହ, ୧୯।୧୦: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ସୋମବାର ଲଦାଖର ଡେମଚୋକ୍ ଅଞ୍ଚଳରୁ ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନମାନେ ଧରିଛନ୍ତି। ସେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ତାଙ୍କ ପାଖରୁ ବହୁ ଗୁପ୍ତ କାଗଜପତ୍ର ଜବତ ହୋଇଛି। ସେ ଜଣେ କର୍ପୋରାଲ ର଼୍ୟାଙ୍କର ସୈନ୍ୟ। ତାଙ୍କ ନିଜ ଘର ଶାଙ୍ଗ୍ଜି ଅଞ୍ଚଳରେ ବୋଲି ସେ ପଚରାଉଚରା ସମୟରେ ସୂଚନା ଦେଇଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ସମସ୍ତ ଔପଚାରିକତା ପାଳନ କରାଯିବା ପରେ ସୈନ୍ୟ ଜଣଙ୍କୁ ଚାଇନା ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ସେ ଚାଇନା ଫେରିଯାଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।