ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ ରେନ୍‌ ଝିକିୟାଙ୍ଗଙ୍କୁ ୧୮ ବର୍ଷ ଜେଲ କାରାଦଣ୍ଡ ହୋଇଛି।
ଚାଇନାର ବରିଷ୍ଠ ଅଧିକାରୀଙ୍କ ସହ ଘନିଷ୍ଟ ସମ୍ପର୍କ ରଖିଥିବା ଅବସରପ୍ରାପ୍ତ ରିଏଲ୍‌ ଇଷ୍ଟେନ୍‌ ଟାଇକୁନ୍‌ କରୋନା ମହାମାରୀ ସହ ମୁକାବିଲା କରିବାରେ ଚାଇନ୍‌ ରାଷ୍ଟ୍ରପତିଙ୍କ ବିଫଳତାକୁ ସର୍ବସମ୍ମୁଖରେ ସମାଲୋଚନା କରିଥିଲେ। ଏଥିସହ ସରକାର ଦୁର୍ନୀତି ସମ୍ବନ୍ଧୀୟ ଅପରାଧରେ ଜଡିତ ଥିବା ସହ ତାଙ୍କୁ ଜୋକର ବୋଲି କହିଥିଲେ। ରାଷ୍ଟ୍ରପତିଙ୍କୁ ସମାଲୋଚନା କରିବା ଏବଂ ଜୋକର କହିବା ଅପରାଧରେ ବେଜିଂର ଏକ କୋର୍ଟ ରେନ୍‌ଙ୍କୁ ୧୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୨୦,୦୦୦ ଡଲାର (୪.୨ ମିଲିୟନ ୟୁଆନ) ଜରିମାନା କରିଛନ୍ତି।

Share