Posted inଜାତୀୟ

ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର

ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏଥିରେ ନିର୍ମିତ ହୋଇଥିବା ଶତାଧିକ ବିଲ୍ଡିଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଯେଉଁ ସ୍ଥାନରେ ମୁହଁାମୁହିଁ ହୋଇଥିଲା, ତାହାଠାରୁ ୩୮ କିଲୋମିଟର ଦୂରରେ ଏହି ବସ୍ତି ନିର୍ମାଣ କରାଯାଉଥିବାରୁ ଏହାକୁ ଚାଇନା ସେନା ଆଗୁଆ ଘାଟି ଭାବେ ବ୍ୟବହାର କରିପାରେ।
ବିଶ୍ୱର ସର୍ବୋଚ୍ଚ ଲୁଣିଜଳ ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ ଦାବି କରୁଥିବା ଅଞ୍ଚଳ ବାହାରେ ଅବସ୍ଥିତ। ତେବେ ଭାରତ ଏବଂ ତିବ୍ବତ ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି। ଗତ ୯ ତାରିଖରେ ଆମେରିକାର ମାକ୍ସାର ଟେକନୋଲୋଜି ଉକ୍ତ ଉକ୍ତ ଉପଗ୍ରହ ଚିତ୍ର ହାସଲ କରିଛି, ଯେଉଁଠି ପ୍ରାୟ ୧୭ ହେକ୍ଟର ଜମି ଉପରେ ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ସମୁଦ୍ର ପତ୍ତନଠାରୁ ୪,୩୪୭ ମିଟର ଉଚ୍ଚରେ ୟେମାଗୋଉ ରୋଡ୍‌ ନିକଟରେ ଉକ୍ତ ଅଞ୍ଚଳ ରହିଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବହୁ ଉପକରଣ ସେଠାରେ ରହିଛି। ଆବାସିକ ଗୃହ ଏବଂ ବୃହତ୍‌ ପ୍ରଶାସନିକ ବିଲ୍ଡିଂ ସମେତ ଶତାଧିକ ଗୃହ ନିର୍ମାଣ ହେଉଥିବା ତକ୍ଷଶିଳା ଇନ୍‌ଷ୍ଟିଚ୍ୟୁଟ୍‌ର ଜିଓସ୍ପାଟିଆଲ ରିସର୍ଚ୍ଚ ପ୍ରୋଗ୍ରାମ ମୁଖ୍ୟ ପ୍ରଫେସର ଓ୍ବାଇ. ନିଥିୟାନନ୍ଦମ୍‌ କହିଛନ୍ତି। ଏହାର ଦକ୍ଷିଣପୂର୍ବ କୋଣରେ ୧୫୦ ମିଟର ଦୀର୍ଘ ଏକ ଆୟତ୍ତାକାର ସ୍ଥାନ ରହିଥିବାରୁ ଏହାକୁ ହେଲିକପ୍ଟର ଉଡ଼ାଣ ପାଇଁ ବ୍ୟବହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସାଟେଲାଇଟ୍‌ ଚିତ୍ର ଅନୁଧ୍ୟାନରୁ ଯାହା ଜଣାପଡ଼ୁଛି, ହ୍ରଦ ଆଡ଼କୁ ଯାଇଥିା ଗଡ଼ାଣିଆ ନଦୀଶଯ୍ୟାରେ ଗତ ଏପ୍ରିଲ ଆରମ୍ଭରୁ ଏହି ନର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ନିର୍ମାଣକୁ ପ୍ରଶାସନିକ ଏବଂ ଅପରେଶନାଲ ଜୋନ୍‌ ଏଭଳି ଦୁଇଭାଗରେ ବିଭକ୍ତ କରାଯାଇଥିବା ଜଣାଯାଇଛି। ସେଠାରେ ଏକ ମହଲା ଏବଂ ଦୁଇ ମହଲା ବିଲ୍ଡିଂ ସାଙ୍ଗକୁ ଛୋଟ ଘରଗୁଡ଼ିକ ରହିଛି। ଦୁଇଟି ବୃହତ୍‌ ବିଲ୍ଡିଂକୁ ପ୍ରଶାସନିକ ଏବଂ ଷ୍ଟୋରେଜ୍‌ ପାଇଁ ବ୍ୟବହାର କରାଯାଇପାରେ। ଘରଗୁଡ଼ିକୁ ଏଭଳି ଲେ’ଆଉଟ୍‌ ଓ ଡିଜାଇନରେ ନିର୍ମାଣ କରାଯାଉଛି, ଯେପରିକି ଦୀର୍ଘମିଆଦୀ ଆକ୍ରମଣର କ୍ଷୟକ୍ଷତି କମ୍‌ ହେବ। ଉଚ୍ଚ ଶୃଙ୍ଗଗୁଡ଼ିକ ପଛ ପାର୍ଶ୍ୱରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ସାମରିକ ଉପଯୋଗ ପାଇଁ ବ୍ୟହହୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ପାଖ ଅଞ୍ଚଳରୁ ଉକ୍ତ ସ୍ଥାନକୁ ଦେଖିହେବ ନାହିଁ। ଏହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ, ଏହା ଏକ ଆଡ୍‌ହକ୍‌ ଫରଓ୍ବାଡ୍‌ ବେସ୍‌ ଭାବେ କାର୍ଯ୍ୟ କରିବ ଏବଂ ଚାଇନା ସେନାର ପ୍ରତିଆକ୍ରମଣ ସମୟକୁ ହ୍ରାସ କରିବ ବୋଲି ସାମରିକ ସୂତ୍ର ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର...

‘ପ୍ରତିଟି ଭାରତୀୟ ଆପଣଙ୍କ ନିକଟରେ ଋଣି ରହିବେ’, ଭାଇରାଲ ହେଉଛି ରତନ ଟାଟାଙ୍କ ଏମିତି ଏକ ଚିଠି

ନୂଆଦିଲ୍ଲୀ,୧୬।୧୦: ଦେଶର ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪)ରେ ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଛି।...

ନୂଆ କାର୍‌ ଆଗରେ ଲଙ୍କା-ଲେମ୍ବୁ ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ: ନଡ଼ିଆ ଭାଙ୍ଗିବା ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଯେତେବେଳେ ବି ଏକ ନୂତନ ଜିନିଷ ଘରକୁ ଆସେ, କେବଳ ଏହାକୁ ପୂଜା କରାଯାଏ ନାହିଁ, ବରଂ ଲେମ୍ବୁ ଏବଂ ଲଙ୍କା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri