ଚାଇନାର କରୋନା ଭ୍ୟାକ୍ସିନକୁ ସ୍ଥଗିତ ରଖିଲା ଶ୍ରୀଲଙ୍କା, ଏବେ ନେବ ଭାରତର ଭ୍ୟାକ୍ସିନ

କଲମ୍ବୋ,୨୭ ।୨: ଶ୍ରୀଲଙ୍କା ଚାଇନାର କୋଭିଡ-୧୯ ଭ୍ୟାକ୍ସିନ ସାଇନୋଫାର୍ମ ବ୍ୟବହାର କରିବ ନାହିଁ ବୋଲି ଜଣାପଡିଛି । ଏହା ବଦଳରେ ସେ ଭାରତର ଭ୍ୟାକ୍ସିନ ବ୍ୟବହାର କରିବ । ଶ୍ରୀଲଙ୍କା ୧.୪ କୋଟି ଲୋକଙ୍କ ପାଇଁ ଭାରତର ଭ୍ୟାକ୍ସିନ ବ୍ୟବହାର କରିବ । କ୍ୟାବିନେଟର ସହାୟକ ପ୍ରବକ୍ତା ଡା. ରମେଶ ପଥିରାନା କହିଛନ୍ତି, ଚାଇନାର ଭ୍ୟାକ୍ସିନ ସାଇନୋଫାର୍ମ ଏବେବି ଫେଜ୍‌-୩ କ୍ଲିନିକାଲ ଟ୍ରାଏଲ ପୂରଣ କରିନାହିଁ । ପଞ୍ଜୀକରଣ ଅନୁଯାୟୀ ବି ଚାଇନା ଭ୍ୟାକ୍ସିନକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନୁମତି ମିଳିନାହିଁ । ତେଣୁ ଏହାକୁ ବ୍ୟବହାର ନ କରି ଶ୍ରୀଲଙ୍କା ଏବେ ଭାରତର ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ବ୍ୟବହାର ଉପରେ ଗୁରୁତ୍ୱ ଦେବ । ଚାଇନା ପକ୍ଷରୁ ଯେତେବେଳେ ସମସ୍ତ ଗାଇଡ୍ ଲାଇନ୍ ପୂରଣ କରାଯିବ ସେତେବେଳେ ଏହାର ବ୍ୟବହାର କଥା ଚିନ୍ତା କରାଯିବ ବୋଲି କହିଛନ୍ତି, ଡା. ରମେଶ ପଥିରାନା । ତେବେ ଚାଇନାର ସାଇନୋଫାର୍ମ ଭ୍ୟାକ୍ସିନକୁ ପଞ୍ଜୀକରଣ ପାଇଁ ସମୟ ଲାଗିବ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ ଏହାକୁ ମଞ୍ଜୁରୀ ପ୍ରଦାନ କରିବା ବାକି ରହିଛି । ଏହା ଏବେ ବିଚାରଧିନ ରହିଛି ।

Share