Categories: ଜାତୀୟ

ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ

ଅହମଦାବାଦ୍‌,୮।୧୨: ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ ଠୁଳ କରିବା ସହିତ ସୈନ୍ୟ ବାହିନୀଙ୍କ ସଂଖ୍ୟା ବଢ଼ାଇଛି। ପାକିସ୍ତାନ ସହିତ ଚାଇନା ମିଳିତ ଭାବେ ସୈନ୍ୟ ଅଭ୍ୟାସ ପାଇଁ ଏଭଳି କରିଛି। ପାକିସ୍ତାନର ଭୋଲାରି ଏୟାରବେସ୍‌ରେ ଚାଇନା ଯୁଦ୍ଧ ବିମାନ ଗୁଡ଼ିକ ଅବତରଣ କରିଛି। ଦୁଇଦେଶର ସୈନ୍ୟଙ୍କୁ ବାସ୍ତବିକ ଲଢ଼େଇ ନେଇ ପ୍ରଶିକ୍ଷିତ କରିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ତେବେ ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ଆଲର୍ଟ ଜାରି ହୋଇଛି। ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଏହି ସମରାଭ୍ୟାସ ହେଉଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି ପାଇଛି।

Share