Categories: ଫୁରସତ

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଆଇଫୋନ୍‌: ପ୍ୟାକେଟ ଖୋଲିବା ପରେ…

ଆଇଫୋନ୍‌ର କ୍ରେଜ୍‌ ସମସ୍ତଙ୍କର ରହିଛି। ଏହି ଫୋନ୍‌ ବହୁତ ମହଙ୍ଗା । ଏହା ସତ୍ତ୍ୱେ ମଧ୍ୟ ସମସ୍ତେ ଏହାକୁ କିଣିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ବିଦେଶରେ ଅଧିକାଂଶ ଲୋକ ଆଇଫୋନ୍‌ ବ୍ୟବହାର କରିଥାନ୍ତି। ଏହାକୁ ଷ୍ଟୋରରୁ କିମ୍ବା ଅନ୍‌ଲାଇନ୍‌ ଦ୍ୱାରା ଅର୍ଡର କରାଯାଇ ପାରିବ। ହେଲେ ଅନ୍‌ଲାଇନ୍‌ ସପିଂରେ ଠକେଇର ସମ୍ଭାବନା ବହୁତ ଅଧିକ ରହିଛି। ଏମିତି କିଛି ଘଟିଛି ଚାଇନାର ଜଣେ ମହିଳାଙ୍କ କ୍ଷେତ୍ରରେ। ଲିଉ ନାମକ ମହିଳା ନିଜ ପାଇଁ ଆଇଫୋନ୍‌ ୧୨ ପ୍ରୋ ଅନ୍‌ଲାଇନ୍‌ରୁ ଅର୍ଡର କରିଥିଲେ। ଯେତେବେଳେ ଫୋନ୍‌ ତାଙ୍କ ପାଖରେ ଆସି ପହଞ୍ଚିଲା ସେ ଉତ୍ସାହର ସହିତ ଉକ୍ତ ପ୍ୟାକେଟକୁ ଖୋଲିଥିଲେ। ମାତ୍ର ଫୋନ୍‌ ବଦଳରେ ଉକ୍ତ ପ୍ୟାକେଟରେ ଆପଲ ଜୁସ୍‌ (ସେଓ) ଥିଲା। ଏହାକୁ ଦେଖିବା ପରେ ଲିଉଙ୍କ ହୋସ୍‌ ଉଡ଼ିଗଲା। କାରଣ ଏଥିପାଇଁ ସେ ଟଙ୍କା ମଧ୍ୟ ଦେଇ ସାରିଥିଲେ। ଏ ନେଇ ସେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଡେଲିଭରି କମ୍ପାନୀ ଏହି ଦାୟିତ୍ୱ ନେବାକୁ ମନା କରିଦେଇଛି। ଏଭଳି ପରିସ୍ଥିତିରେ ମହିଳାଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

Share