ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଞ୍ଚିଲେ ଚାଇନା ମହିଳା

ଇସଲାମାବାଦ,୨୭।୭: ଆଜିକାଲି ସୀମା ପାର୍‌ର ପ୍ରେମ କାହାଣୀ ଲାଇମଲାଇଟ୍‌ରେଅଛି। ପ୍ରଥମେ ସୀମା ହାୟଦାର ଏବଂ ଅଞ୍ଜୁ ପରେ ବର୍ତ୍ତମାନ ଜଣେ ଚାଇନା ମହିଳାଙ୍କ ମାମଲା ସାମ୍ନାକୁ ଆସିଛି। ପାକ୍‌ ପୋଲିସ ଗୁରୁବାର କହିଛି ଯେ ଜଣେ ଚାଇନା ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ଖେବର ପାଖ୍ଟନଖୱା ପ୍ରଦେଶରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇ ପରେ ପ୍ରେମରେ ପରିଣତ ହୋଇଥିଲା॥

ଚାଇନାର ମହିଳାଙ୍କ ନାମ ସୁନ୍‌ ଗାଓ ଫେଙ୍ଗ(୨୧ବର୍ଷ)ବୋଲି କୁହାଯାଉଛି। ଏହି ମହିଳାଙ୍କ ପ୍ରେମିକଙ୍କ ନାମ ଜାଭେଦ। ଏହି ଦୁଇ ପ୍ରେମୀଙ୍କ ବିଷୟରେ ବିଶେଷ କଥା ହେଉଛି ଭରତ ଅଞ୍ଜୁଙ୍କ ଫେସବୁକ ପ୍ରେମୀ ଖେବର ପାଖ୍ଟନଖୱାଙ୍କ ଉପର ଦିର ଜିଲାରେ ରୁହନ୍ତି ଏବଂ ଏହି ଚାଇନାର ମହିଳା ପ୍ରେମିକା ତଳ ଦିର ଜିଲାରେ ରୁହନ୍ତି।

ରିପୋର୍ଟ ଅନୁଯାୟୀ, ଚାଇନାର ଗାଓ ଫେଙ୍ଗ ତିନି ମାସର ପର୍ଯ୍ୟଟନ ଭିସା ନେଇ ଚାଇନାରୁ ଗିଲଗିଟ ଦେଇ ବୁଧବାର ଇସଲାମାବାଦରେ ପହଞ୍ଚିଛି। ପୋଲିସ କହିଛି ଯେ, ଜାଭେଦ ମୂଳତ ଖେବର ପାଖ୍ଟନଖୱା ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଅବସ୍ଥିତ ବାଜୌର ଜିଲାର ବାସିନ୍ଦା। ଆଫଗାନିସ୍ତାନ ସୀମାବର୍ତ୍ତୀ ବାଜୌର ଜିଲାର ସୁରକ୍ଷା ପରିସ୍ଥିତି ଯୋଗୁ ଜାଭେଦ ମହିଳାଙ୍କୁ ନିଜ ସହର ପରିବର୍ତ୍ତେ ତଳ ଦିର ଜିଲାର ସମରବାଗ ତହସିଲରେ ଥିବା ତାଙ୍କ ମାମୁଁଙ୍କ ଘରକୁ ନେଇ ଯାଇଥିଲେ।

ପୋଲିସ କହିଛି ଯେ, ମହିଳାଙ୍କ ଯାତ୍ରା ଡକ୍ୟୁମେଣ୍ଟ ଠିକ୍‌ ଅଛି ଏବଂ ସେ ଏପର୍ଯ୍ୟନ୍ତ ଜାଭେଦଙ୍କୁ ବିବାହ କରିନାହାଁନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଚାଇନାର ମହିଳା ଜଣଙ୍କ ଇସଲାମ ଗ୍ରହଣ କରିଛନ୍ତି। ତଳ ଦିର ଜିଲା ପୋଲିସ ଅଧିକାରୀ କହିଛନ୍ତି ଯେ ଚାଇନା ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଜାଭେଡ ଏବଂ ଫେଙ୍ଗ ସୋସିଆଲ ମିଡିଆ ଆପ ସ୍ନାପଚାଟରେ ସାକ୍ଷାତ ହୋଇଥିଲା ଏବଂ ତିନି ବର୍ଷ ଧରି ଯୋଗାଯୋଗରେ ଥିଲେ।

Share