ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କରୁଛନ୍ତି ଚାଇନାର ଯୁବକ

ବେଜିଂ,୭ ।୧: ଚାଇନାରେ କରୋନାର ହାହାକାର ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନାର ଯୁବବର୍ଗ ଏବେ ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କରୁଛନ୍ତି । ଏହା ପଛର କାରଣ ହେଉଛି ଚାଇନାରେ ବଡ ସଂଖ୍ୟାରେ ଲୋକେ କରୋନା ଟିକା ନେଇ ନାହାନ୍ତି ଅବା ସେମାନଙ୍କୁ ଟିକା ମିଳିନାହିଁ । ଏଭଳି ସ୍ଥିତିରେ ଚାଇନାର ଯୁବକମାନେ କହୁଛନ୍ତି କି ଯଦି ସେମାନେ କରୋନା ସଂକ୍ରମିତ ହୋଇଯିବେ ତେବେ ତାଙ୍କ ଶରୀରରେ ଆଣ୍ଟିବଡି ହୋଇଯିବ, ଯାହା ଫଳରେ ସେମାନେ ଦ୍ୱିତୀୟ ଥର ସଂକ୍ରମଣରୁ ବଞ୍ଚିଯାଇ ପାରିବେ । ସେଥିପାଇଁ ସେମାନେ ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କରୁଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ସାଂଘାଇର ଜଣେ ୨୭ ବର୍ଷିୟ କମ୍ପ୍ୟୁଟର କୋଡର କହିଛନ୍ତି ସେ ଜାଣିଶୁଣି କରୋନା ସଂକ୍ରମିତ ହୋଇଛନ୍ତି । କାରଣ ସେ ଜାଣିଛନ୍ତି ପ୍ରଥମ ସଂକ୍ରମଣରୁ ସେ ନିଶ୍ଚିତ ଭାବେ ସୁସ୍ଥ ହୋଇଯିବେ । ତେଣୁ ସେ ତାଙ୍କ ଛୁଟି ସମୟରେ ଆଉ କରୋନାରେ ସଂକ୍ରମିତ ହେବେ ନାହିଁ । ସେ ଭ୍ୟାକ୍ସିନ ନେଇ ନାହାନ୍ତି । ସେଥିପାଇଁ ସେ ତାଙ୍କ ପ୍ଲାନ ନ ବଦଳାଇ ନିଜକୁ ସଂକ୍ରମିତ କରି ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ ହୋଇ ସେ ଶୀଘ୍ର ଠିକ ହୋଇଯିବେ ଓ ପୁଣି ଦ୍ୱିତୀୟ ଥର ଆଉ ସଂକ୍ରମିତ ହେବେ ନାହିଁ ।

Share